ବିଜୟୱାଡାରୁ ଧରାପଡ଼ିଲେ ଶର୍ମିଷ୍ଠାଙ୍କ ଭାଇ, ଏବେ ଜଣାପଡ଼ିବ କୋଉଠି ଲୁଚିଛନ୍ତି ପୋର୍ଟାଲ ମାଲିକାଣୀ

0
1099
crimebranch-takes-sharmista-in-to-5-day-custody

ଭୁବନେଶ୍ବର: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା ସହ ପରୋକ୍ଷ ଭାବେ ଜଡ଼ିଥ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଭାଇ ପରମେଶ୍ବର ରାଉତଙ୍କୁ ଭଦ୍ରକ ପୁଲିସ ଆଜି ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଧରିଛି। ମିଳିଥିବା ସୂଚନା ଅନୁସାରେ ପରମଶ୍ବେରଙ୍କୁ ଅଧିକ ପଚରାଉଚରା ଲାଗି ପୁଲିସ ଭଦ୍ରକ ଆଣୁଛି। ସେ ମାନସ ହତ୍ୟାଘଟଣା ପରେ ଶର୍ମିଷ୍ଠାଙ୍କୁ ଫେରାର ହେବାରେ ସହାୟତା କରିଥିଲେ ବୋଲି କୁହାଯାଉଛି। ପରମେଶ୍ପରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଶର୍ମିଷ୍ଠାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ମଧ୍ୟ ସୂଚନା ରହିଛି।

ଶର୍ମିଷ୍ଠାଙ୍କ ଭାଇ ପରମେଶ୍ବର ଧରାପଡ଼ିଥିବା ବେଳେ ଶର୍ମିଷ୍ଠାଙ୍କ ସଂପର୍କରେ ପୁଲିସକୁ ଆହୁରି ଅଧିକ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିବ ବୋଲି ଆଶା କରାଯାଉଛି। ପରମେଶ୍ବର ବିଜୟୱାଡାରୁ ଧରାପଡ଼ିଥିବା ବେଳେ ତା’ଙ୍କର ଭଉଣୀ ମଧ୍ୟ ଆନ୍ଧ୍ରପ୍ରଦେଶରେ ଥାଇ ପାରନ୍ତି ବୋଲି ପୁଲିସର ସନ୍ଦେହ ହେଉଛି। କାରଣ ପୁଲିସ ଜାଣିବାକୁ ପାଇଛି ଯେ, ଶର୍ମିଷ୍ଠାଙ୍କୁ ଫେରାର କରାଇବାରେ ପରମେଶ୍ବରଙ୍କ ବଡ଼ ଭୂମିକା ରହିଛି। ତେଣୁ ତାଙ୍କୁ ଧରିବା ପାଇଁ ପୁଲିସର ସ୍ବତନ୍ତ୍ର ଟିମ୍‌ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଡେରା ପକାଇଛନ୍ତି।

ଫେରାର ହେବା ପୂର୍ବରୁ ଶର୍ମିଷ୍ଠା ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଏହା କୋର୍ଟରେ ଖାରଜ ହୋଇଯାଇଛି। ତେଣୁ ଶର୍ମିଷ୍ଠା ପୁଲିସ ହାତରେ ଧରା ନ‌ ଦେଇ ଖସିଯାଇଥିବା ସଂଦେହ ହେଉଛି। ଆନ୍ଧ୍ରପ୍ରଦେଶ ଖସି ଯାଇଥିବା ପୁଲିସ ସନ୍ଦେହ କରୁଛି । ବିଶେଷ କରି ବିଜୟୱାଡାରେ ଶର୍ମିଷ୍ଠା ଥିବା ନେଇ ପୁଲିସକୁ ସୂଚନା ମିଳିଛି । ଶର୍ମିଷ୍ଠାଙ୍କ ସହ ତାଙ୍କର କିଛି ସହଯୋଗୀ ମଧ୍ୟ ଅଛନ୍ତି । ଶର୍ମିଷ୍ଠାଙ୍କ ସହଯୋଗୀଙ୍କ ମୋବାଇଲକୁ ଟ୍ରାକ କରି ପୁଲିସ ଶର୍ମିଷ୍ଠାଙ୍କୁ ଧରିବାକୁ ଉଦ୍ୟମ କରୁଛି । ଏଥିପାଇଁ ଆନ୍ଧ୍ର ପୁଲିସର ମଧ୍ୟ ସହାୟତା ନିଆଯାଉଛି ।

ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ଚତୁରତାର ସହିତ ମୋବାଇଲ ଫୋନ୍‌ ବ୍ୟବହାର କରୁଥିବା ପୁଲିସ ଅନୁମାନ କରୁଛି । ବିଜୟୱାଡାରେ ଶର୍ମିଷ୍ଠାଙ୍କ ସହଯୋଗୀଙ୍କ ଜଣାଶୁଣା ଲୋକଙ୍କ ଘରେ ସେମାନେ ଆଶ୍ରୟ ନେଇଥିବା କୁହାଯାଉଛି । ଫେରାର ହେବା ପୂର୍ବରୁ ଅଭିଯୁକ୍ତ ଶର୍ମିଷ୍ଠା ଯାଜପୁର ଜିଲ୍ଲା କାଳିଆପାଣିରେ ଶାଶୁ ଓ ଯାଆ ପାଖରେ ୪ ଦିନ ଓ ଭଦ୍ରକ ଜିଲ୍ଲା ଆଗରପଡ଼ାରେ ନଣନ୍ଦ ଘରେ ଆଉ ୨ ଦିନ ଲୁଚିଥିଲେ ବୋଲି ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

Also Read  ପ୍ରଥମ ସାତ ସ୍ମାର୍ଟ ସିଟି ରେ ଭୁବନେଶ୍ୱର

LEAVE A REPLY

Please enter your comment!
Please enter your name here