ବିଦେଶ ଫେରନ୍ତା ଦେଉଛନ୍ତି ଭୁଲ୍‌ ଠିକଣା : ୪୦%ଙ୍କ ପତ୍ତା ମିଳୁନି

0
465
୪୦%ଙ୍କ ପତ୍ତା ମିଳୁନି
୪୦%ଙ୍କ ପତ୍ତା ମିଳୁନି

ଭୁବନେଶ୍ୱର : ଓମିକ୍ରନକୁ ନେଇ ସମଗ୍ର ଦେଶକୁ ଘାରିଛି ଚିନ୍ତା। ବିଭିନ୍ନ ରାଜ୍ୟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଓଡ଼ିଶାରେ ଏ ଯାଏ ଠାବ ହୋଇ ନାହାନ୍ତି ଜଣେ ବି ଆକ୍ରାନ୍ତ । ହେଲେ ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୪୦%ଙ୍କ ପତ୍ତା ଠାବ କରାଯାଇପାରୁନି। ସେମାନେ ଦେଇଥିବା ପତ୍ତା ଭୁଲ୍‌ ବୋଲି ଜଣାପଡ଼ିବା ପରେ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଏବେ ସୁଦ୍ଧା ଓମିକ୍ରନ୍ ଚିହ୍ନଟ ରାଷ୍ଟ୍ରରୁ ୮୦୦ରୁ ଅଧିକ ଯାତ୍ରୀ ଓଡ଼ିଶାକୁ ଆସିଛନ୍ତି। ଏୟାର ସୁବିଧା ପୋର୍ଟାଲରେ ସେମାନେ ଭୁଲ୍ ଫୋନ ନମ୍ବର, ଭୁଲ ଠିକଣା ଦେଇଥିବା କାରଣରୁ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି। ଏୟାର ସୁବିଧା ପୋର୍ଟାଲରେ ସେଲ୍ପ ଡିକ୍ଲାରେସନ ବ୍ୟବସ୍ଥା ଥିବାରୁ ଏମିତିକି ଅନେକ ଯାତ୍ରୀ ଅନ୍ୟ ରାଜ୍ୟର ଠିକଣା ମଧ୍ୟ ଦେଉଛନ୍ତି, ଯାହାକି ବିଦେଶ ଫେରନ୍ତାଙ୍କ ଟ୍ରେସିଂରେ ସମସ୍ୟା ସୃଷ୍ଟି କରୁଛି।

ବର୍ଷା ଓ ବାତ୍ୟା ବେଳେ ବି ରାଜ୍ୟରେ ଟିକାକରଣ ଜାରି ରହିଥିଲା। ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକଚୁ ଛାଡ଼ି ଅନ୍ୟସବୁ ଜିଲ୍ଲାରେ ଟିକାକରଣ ଚାଲୁ ରହିଥିଲା। ଗତକାଲି ରବିବାର ରହିଥିଲେ ବି ଟିକାକରଣ ଚାଲିଥିଲା। ଏଯାଏଁ ୪ କୋଟି ୪୫ ଲକ୍ଷ ଡୋଜ ଟିକା ଦେଇସାରିଲୁଣି। ୮୬ ପ୍ରତିଶତରୁ ଅଧିକ ପ୍ରଥମ ଡୋଜ ଦିଆ ସରିଲାଣି। ୫୧ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି। ସମସ୍ତଙ୍କୁ ଚଳିତ ମାସ ଶେଷ ସୁଦ୍ଧା ଟିକା ଦିଆଯିବ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି,  ଯେହେତୁ ଓମିକ୍ରନ ପାଇଁ ସରକାର ଚିନ୍ତିତ ଅଛନ୍ତି, ଲୋକମାନେ ସହଯୋଗ କରିବା ଦରକାର। ସେମାନେ ସ୍ବତଃପ୍ରବୃତ୍ତ ଭାବରେ ଆସିକି ଟେଷ୍ଟ କରାନ୍ତୁ। ଟେଷ୍ଟ ପରେ ଘରେ ରହିବେ। ଭୟ କରିବା ଆବଶ୍ୟକତା ନାହିଁ। ନିଜକୁ ଓ ନିଜ ପରିବାରକୁ ସଂକ୍ରମିତ ନ କରନ୍ତୁ। ଘର ଭିତରେ ଗାଁ ରେ ସମାଜରେ ଯେଭଳି ନ ବ୍ୟାପୁ।
ଆକ୍ରାନ୍ତ ଦେଶରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କ ପାଇଁ ପ୍ରୋଟୋକଲ ଜାରି ହୋଇଛି। ୭ ଦିନ ସଂଗରୋଧରେ ରହିଲା ପରେ ଅଷ୍ଟମ ଦିନ ଟେଷ୍ଟ କରାଯିବ। ପଜିଟିଭ ବାହାରିଲେ ଜିନମ ସିକ୍ୱେନ୍ସିଂ କରାଯିବ।

Also Read  Dola Utsav in Srimandir to be Celebrated for 1 Week

LEAVE A REPLY

Please enter your comment!
Please enter your name here