ବିଧାନସଭା ଶୀତ ଅଧିବେଶନ : ଚାରି ଦିନରେ ଘଣ୍ଟାଏ ବି ଚାଲିଲାନି , କାହା ସ୍ୱାର୍ଥରେ ନିର୍ବାଚିତ ପ୍ରତିନିଧି ?

0
401
ଗୃହରେ ତୁଳସୀ ଓ ଗଙ୍ଗା ଜଳ ଛିଞ୍ଚିଥିଲେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି
ଗୃହରେ ତୁଳସୀ ଓ ଗଙ୍ଗା ଜଳ ଛିଞ୍ଚିଥିଲେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର : ଶୀତ ଅଧିବେଶନର ପ୍ରଥମ ଦିନରେ ଗେଟରେ ତାଲା । ଦ୍ୱିତୀୟ ଦିନରେ ପ୍ଲାକର୍ଡ ଓ ବ୍ୟାନର । ତୃତୀୟ ଦିନରେ ବିଜେପିର ଗୋବର ପାଣି । ଚତୁର୍ଥ ଦିନ ଅର୍ଥାତ ଶନିବାର ପୁଣି ବିଧାନସଭାରେ ଘଣ୍ଟନାଦ ଶୁଭିଥିଲା । ପୁଣି ଶୋଧନ ପାଇଁ ଗଙ୍ଗାଜଳ ଓ ଆମ୍ବ ଡାଳ । ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ ବିରୋଧୀ ସଦସ୍ୟ ଘଣ୍ଟନାଦରେ କମ୍ପିଥିଲା ଗୃହ । ପୂଜକ ବେଶରେ ଗୃହରେ ତୁଳସୀ ଓ ଗଙ୍ଗା ଜଳ ଛିଞ୍ଚିଥିଲେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି ।

ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଚଳିତ ଅଧିବେଶନ ଦୈନିକ ୫ ଘଣ୍ଟା ଚାଲିବ ବୋଲି ସ୍ଥିର କରିଥିଲେ । କିନ୍ତୁ ପ୍ରଥମ ଦିନରେ ମାତ୍ର ୨୨ ମିନିଟ ଶୋକ ପ୍ରସ୍ତାବ ଏବଂ ୩ ମିନିଟ ଦ୍ୱିତୀୟାର୍ଦ୍ଧ ଗୃହ କାର୍ଯ୍ୟ ଚାଲି ପାରିଥିଲା । ଦ୍ୱିତୀୟ ଦିନ ୧୩ ମିନିଟ, ତୃତୀୟ ଦିନ ୧୧ ମିନିଟ ଏବଂ ଚତୁର୍ଥ ଦିନରେ ମାତ୍ର ୩ ମିନିଟ ଚାଲିଛି ଗୃହ । ଚାରି ଦିନରେ ମୋଟ ୫୨ ମିନିଟ ଚାଲିପାରିଥିଲା ଗୃହ । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ମମିତା ମେହେରଙ୍କ ହତ୍ୟା ପ୍ରସଙ୍ଗରେ ନ୍ୟାୟ ଦାବିରେ ହଙ୍ଗାମା କରିବାରୁ ଗୃହରେ ଅଚଳାବସ୍ଥ ଜାରି ରହିଛି ।

ଅନ୍ୟପକ୍ଷରେ ଗତକାଲି ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ମମିତାଙ୍କ ପ୍ରସଙ୍ଗରେ ବିବୃତିି ରଖିଥିଲେ । ହେଲେ ବିବୃତି ସମୟରେ ବିରୋଧୀ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରିଥିଲେ । ଅ ।ଶା କରାଯାଉଥିଲା ଯେ ଅ ।ଜି(ଶନିବାର) ଗୃହ ସ୍ୱାଭାବିକ ହେବ । କିନ୍ତୁ ବିରୋଧୀ ପୂର ଅଟଳ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ଓ ମମିତାଙ୍କ ମୃତ୍ୟୁ ଘଟଣାର ସିବିଅ ।ଇ ତଦନ୍ତ ଲାଗି ଅଡ଼ି ବସିଛନ୍ତି ।
ଶୀତ ଅଧିବେଶନର ଚତୁର୍ଥ ଦିନର ଶୂନ୍ୟକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ଘଣ୍ଟ ଓ ଗଙ୍ଗା ଜଳ ଧରି ଗୃହ ମଧ୍ୟଭାଗକୁ ପ୍ରବେଶ କରିଥିଲେ । ଚାରିଆରେ ବୁଲି ବୁଲି ସଦସ୍ୟମାନେ ଗଙ୍ଗା ଜଳ ସିଞ୍ଚନ କରିବା ସହିତ ବାଚସ୍ପତିଙ୍କ ପୋଡିୟମ ଉପରକୁ ମଧ୍ୟ ଏହି ଜଳ ଛିଞ୍ଚିଥିଲେ । ଅନୁରୂପ ଭାବରେ ବିଜେପି ସଦସ୍ୟମାନେ ବି ବାଚସ୍ପତିଙ୍କ ପୋଡିୟମ ତଳେ ଫ୍ଲେକ୍ସ ଧରି ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ଡଃ. ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୪ଟା ଯାଏ ମୁଲତବୀ କରିଥିଲେ । ତେବେ ଅପରାହ୍ଣ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ କରିଥିଲେ ଏହାରି ଭିତରେ କାଗଜ ଉପସ୍ଥାପନ କରାଯାଇଥିଲା । କଂଗ୍ରେସ ଓ ବିଜେପି ସଦସ୍ୟମାନେ ନାରାବାଜି କରିବାକୁ ଆସନ୍ତା ସୋମବାର ସାଢ଼େ ୧୦ଟା ଯାଏ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି ।

Also Read  Covid Positive cases decline to 1437 in Odisha

ଗୃହ ବାହାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, ସୋମବାରଠୁ ବିଧାନସଭାରେ ବୋହିବ ସୁପରସାଇକ୍ଲୋନ । ମମିତା ଝଡ଼ ଧିରେ ଧିରେ ମହାବାତ୍ୟା ଆଡ଼କୁ ମୁହାଁଇବ । ଯେଉଁ ପର୍ଯ୍ୟନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ନଦିଆଯାଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଓ ପ୍ରତିବାଦ ଜାରି ରହିବ ଶ୍ରୀ ସେଠୀ କହିଛନ୍ତି । ସେହିପରି କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି କହିଛନ୍ତି, ମମିତାଙ୍କ ଘଟଣାରେ ଦିବ୍ୟଶଙ୍କର ସମ୍ପୃକ୍ତ ରହିଛି । ତଦନ୍ତ ଚାଲିଛି, ମନ୍ତ୍ରୀଙ୍କୁ ବହିଷ୍କାର ନକରାଯିବା ଯୋଗୁ ଗୃହରେ ଉପସ୍ଥିତ ରହୁଛନ୍ତି । ଫଳରେ ଗଣତନ୍ତ୍ର ମନ୍ଦିର ଅପବିତ୍ର ହୋଇଛି । ପବିତ୍ର ପାଇଁ ଗଙ୍ଗାଜଳ ଛିଞ୍ଚିଲୁ । ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ଏବଂ ଗିରଫ କରନ୍ତୁ । ମୁଁ ବ୍ରାହ୍ମଣ ବୋଲି ପୂଜକ ବେଶରେ ଆସି ପ୍ରାଇବାଦ କଲି ବୋଲି ଶ୍ରୀ ବାହାନୀପତି କହିଛନ୍ତି ।

ସେପଟେ ବିଜେଡି ବିଧାୟିକା ସ୍ନେହାଙ୍ଗୀନି ଛୁରିଅ ।ଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ । ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବା ପରେ ପ୍ରତିବାଦର କୌଣସି କାରଣ ନାହିଁ । ବିନା ଦ୍ୱନ୍ଦ୍ୱ ଓ ଚାପରେ ତଦନ୍ତ ଚାଲିବ ବୋଲି କହିଲା ପରେ ମଧ୍ୟ ଅଭାବନୀୟ ପରିସ୍ଥିତି ସୃଷ୍ଟି କରାଯାଉଛି । ବିରୋଧୀ ଦଳ ଡ୍ରାମା କରୁଛନ୍ତି । ସମସ୍ତ ପ୍ରକାର ଆଲୋଚନା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି । ହେଲେ ବିରୋଧୀ ଗୃହକୁ ଚଳାଇ ଦେଉନାହାନ୍ତି । ଏହା ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ବିପଦ । ଅଯଥା ପ୍ରସଙ୍ଗରେ ଗୃହରେ ଅଚଳାବସ୍ଥା କରୁଛନ୍ତି । ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭା ଓ ଅନ୍ୟାନ୍ୟ ବିଧାନସଭାରେ ସଦସ୍ୟମାନଙ୍କୁ ସସପେଣ୍ଡ କରାଯାଇଛି । ହେଲେ ଆମ ବିଧାନସଭାରେ ସୁସ୍ଥ ବାତାବରଣ ବଜାୟ ରଖିବାକୁ ରାଜ୍ୟ ସରକାର ଚାହୁଁଛନ୍ତି ବୋଲି ଶ୍ରୀମତୀ ଛୁରିଆ କହିଛନ୍ତି ।

LEAVE A REPLY

Please enter your comment!
Please enter your name here