‘ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ନିଲମ୍ବନ ହୋଇଛନ୍ତି ବୋଲି ଗୃହ ଜାଣିନି’

0
1012

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ମୋହ ଛାଡିନି ଶାସକ ଦଳ ବିଜେଡିର ! ଯଦିଓ ତିନି ମାସ ପୂର୍ବରୁ ବିଜେପି ନେତାଙ୍କୁ ମାଡ ମାରିବା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବ ଦଳରୁ ନିଲମ୍ବିତ ହୋଇଛନ୍ତି କିନ୍ତୁ ଏ ବାବଦରେ ଗୃହକୁ ଅବଗତ କରାଯାଇନି । ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଏହି ବୟାନ ପରେ ଶାସକ ଦଳର ଉଦ୍ଦେଶ୍ୟକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ଆଜି ବିଧାନସଭାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ନିଲମ୍ବିତ ହୋଇଥିବା ବାବଦରେ କେହି ବିଧାନସଭାକୁ ଅବଗତ କରି ନାହାନ୍ତି ବୋଲି ବାଚସ୍ପତି କହିଥିଲେ । ହେଲେ ସେ ଗିରଫ ହୋଇଛନ୍ତି ବୋଲି ପୁଲିସ ବିଭାଗ ତାଙ୍କୁ ଅବଗତ କରାଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ।
ତେବେ ବିରୋଧୀ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଥିଲେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ପରେ ପୋଲିସ କେବେ ବିଧାନସଭାକୁ କରାଇଥିଲା। ଯଦି କରିଛି କେବେ ଅର୍ଥାତ କେଉଁ ତାରିଖରେ ଗିରଫ ହୋଇଥିଲେ ବୋଲି ସ୍ପଷ୍ଟୀକରଣ ମାଗିଛନ୍ତି ବିଧାନସଭାର ପୂର୍ବତନ ବିରୋଧୀ ଦଳର ନେତା । ଏହାସହିତ ସହିତ ଦଳରୁ ନିଲମ୍ବିତ କରାଯାଇଥିବା ନେଇ ବିଧାନସଭାକୁ ଅବଗତ କରାଯାଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରଶ୍ନର ଉତ୍ତରରେ ବାଚସ୍ପତି କହିଲେ ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ନିଲମ୍ବିତ ହୋଇଥିବା ନେଇ ବିଧାନସଭାକୁ କେହି ବି ଅବଗତ କରି ନାହାନ୍ତି ।

ଉଲ୍ଲେଖଯୋଗ୍ୟ, ପ୍ରଶାନ୍ତ ବିଜେଡିରୁ ନିଲମ୍ବିତ ହୋଇଥିଲେ । କିନ୍ତୁ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ସମର୍ଥନରେ କାମ କରୁଥିଲେ। ପ୍ରଚାର ପାଖରୁ ଆରମ୍ଭ କରି ମିଶ୍ରଣ ପର୍ବ ଏବଂ ଟିକେଟ ବାଣ୍ଟିବାରେ ତାଙ୍କର ଭୂମିକା ରହିଥିଲା ବୋଲି ବିରୋଧୀ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ଏପରି ଅଭିଯୋଗକୁ ବିଜେଡି ବାଏଁ ବାଏଁ କରି ଉଡାଇ ଦେଇ ପ୍ରେସମିଟ କରି ପ୍ରଶାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଏହାକୁ ନେଇ ବିରୋଧୀ ବିଜେପି ଶାସକ ଦଳକୁ ଘେରିଥିଲା । କିନ୍ତୁ ବିଜେଡି ସାଂସଦ ତଥା ପିନାକୀ ମିଶ୍ର କହିଥିଲେ ବିଜେଡି ସମ୍ବିଧାନ ଅନୁଯାୟୀ ତିନି ମାସ ହେବ ନିଲମ୍ବିତ ହେବ ଅର୍ଥ ସେ ଦଳରୁ ବହିଷ୍କୃତ ହୋଇସାରିଛନ୍ତି ।

Also Read  ମୌସୁମୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା, ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

LEAVE A REPLY

Please enter your comment!
Please enter your name here