ବିଧାୟକ ମାନଙ୍କ ଭିତରୁ ଜଣକୁ ପିସିସି ସଭାପତି କରାଯାଉ : ତାରା ପ୍ରସାଦ ବାହିନୀପତି

0
217

ଭୁବନେଶ୍ୱର : ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ।ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ପିସିସି ସଭାପତି ପରିବର୍ତ୍ତନ ହେବା ନିଶ୍ଚିନ୍ତ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି । ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ରହିବାକୁ ରହିବାକୁ ଚାହୁଁନାହାନ୍ତି ବୋଲି ତାରା କହିଛନ୍ତି । ଯଦି ବିଧାୟକ ମାନଙ୍କୁ ମଧ୍ୟରୁ କିଏ ପିସିସି ସଭାପତି ନହୁଏ ନିଶ୍ଚିନ୍ତ ଭାବରେ ଅସନ୍ତୋଷ ରହିବ ।

ମତେ ଯଦି କାର୍ଯ୍ୟକାରୀ ସଭାପତି କରାଯାଏ । ତେବେ ସେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ତାରା । ଆମେ ଦଳ ବଦଳାଇ ନପାରୁ , ଛିଡା ନହେଇ ପାରୁ କିମ୍ବା ଟିକେଟ ନନେଇ ପାରୁ । କିନ୍ତୁ ରାହୁଲ ଗାନ୍ଧୀଙ୍କ ପାଖକୁ ଯାଇ ଅସନ୍ତୋଷ କଥା କହିକି ଆସିବୁ । କଂଗ୍ରେସର ନବକଳେବର ହେବ । ଲୋକଙ୍କ କଂଗ୍ରେସ ପ୍ରତି ବିଶ୍ୱାସ ଆସିବ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି । ବିଧାୟକଙ୍କ ଭିତରୁ କିଏ ଯଦି ହେବ ତେବେ ଅତ୍ୟନ୍ତ ଭଲ ହେବ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି ।

୯ ଜଣ ବିଧାୟକ ବସି ବିଚାର କରିବେ । ୯ ଜଣ ବିଧାୟକ ଗୋଟିଏ ସ୍ଥାନକୁ ଯିବେ । ଦଳର ଦବଦବା ରହିବ ବୋଲି ପ୍ରତିକ୍ରିୟା ରଖିଥିଲେ ତାରା ପ୍ରସାଦ ବାହିନୀପତି । ସେପଟେ ପିସିସି ସଭାପତି ପରିବର୍ତ୍ତନ ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି କେବଳ ପିସିସି ନୁହେଁ ,କଂଗ୍ରେସ ବିଧାୟକ ଦଳ ନେତା ବି ବଦଳିବାର ଆବଶ୍ୟକତା ରହିଛି ।ଦଳର ହାଇ କମାଣ୍ଡ ଯାହା ନିଷ୍ପତ୍ତି ନେବେ ତାକୁ ଗ୍ରହଣ କରିବେ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା ।

ସେହିପରି ପିସିସି ପ୍ରସଙ୍ଗରେ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଏଥର ଜଣେ ବିଧାୟକ ପିସିସି ସଭାପତି ହେଲେ ଭଲ । ଯଦି ବିଧାୟକଙ୍କ ସ୍ଥାନରେ ହାଇ କମାଣ୍ଡ ଆଉ କାହାକୁ ସଭାପତି କରନ୍ତି ।ତାକୁ ସମର୍ଥନ କରିବେ ବୋଲି କହିଛନ୍ତି ।

Also Read  ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ, ୪୦ ମୃତ

LEAVE A REPLY

Please enter your comment!
Please enter your name here