ବିମାନବନ୍ଦର ରେ ୩୬ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି ! ସୁରକ୍ଷା କର୍ମୀ ଚୋରି କରିଛନ୍ତି ବୋଲି ଅଭିଯୋଗ କଲେ ମହିଳା !

0
761
Jewellery Worth 36 Lakh Stolen At Airport, Alleges Colonel's Wife
Jewellery Worth 36 Lakh Stolen At Airport, Alleges Colonel's Wife

ଜାନୁଆରୀ ୩୧
ସିଆଇଏସଏଫ ଓ ଏକ ଘରୋଇ ସୁରକ୍ଷା କମ୍ପାନୀ ର କର୍ମଚାରୀ 36 ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି କରିଥିବା ଅଭିଯୋଗ ନେଇ ସରୋଜିନୀ ନଗର ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଛନ୍ତି ଭାରତୀୟ ସେନାର ଜଣେ କର୍ଣ୍ଣେଲଙ୍କ ପତ୍ନୀ I
ସୋନିଆ ବ୍ୟାସ ଭଟ୍ଟ ଅଭିଯୋଗ କରି କହିଛନ୍ତିଓ ଯେ’ ଗତ ନଭେମ୍ବର ମାସ ୩୦ ତାରିଖରେ, ସେ ଦିବୃଗଡ ରେ ରହୁଥିବା ତାଙ୍କ ସ୍ୱାମୀଙ୍କୁ ଭେଟିବାକୁ ଲଖନଉ ରୁ ନୂଆଦିଲ୍ଲୀକୁ ସଂଯୋଗ କରୁଥିବା ଏକ ବିମାନ ଯୋଗେ ଯିବା ଅବସରରେ ତାଙ୍କ ଅଳଙ୍କାର ଚୋରି ହେଇଛି I
ସେ ଲଖନଉ ଫେରିବା ପରେ ଜାନୁଆରୀ ୮ ରେ ମାମଲା ଦାୟର କରିଛନ୍ତି।
ସେ ବିମାନବନ୍ଦର ରେ ନିୟୋଜିତ ସି ଆଇ ଏସ ଏଫ ଅଧିକାରୀଙ୍କ ବିରୋଧରେ ଚୋରି ମାମଲା ଦାୟର କରିଛନ୍ତି।

ଏହି ଅଭିଯୋଗରେ ମହିଳା ଜଣକ କହିଛନ୍ତି ଯେ ସେ ତାଙ୍କ ଝିଅ ଙ୍କ ସହିତ ନଭେମ୍ବର ୩୦ ରେ ଦିଲ୍ଲୀ ବିମାନ ବନ୍ଦର ଦେଇ ଲଖନଉ ରୁ ଦିବୃଗଡ ରହୁଥିବା ତାଙ୍କ ସ୍ୱାମୀଙ୍କୁ ଭେଟିବାକୁ ଯାଉଥିଲେ I

ସେ ତାଙ୍କ ଅଭିଯୋଗ ରେ କହିଛନ୍ତି, “ମୋତେ ଦିଲ୍ଲୀରୁ ଦିବ୍ରୁଗଡ ପାଇଁ ଏକ ସଂଯୋଗ ବିମାନ ନେବାକୁ ପଡୁଥିଲା। ମୋର ହ୍ୟାଣ୍ଡବ୍ୟାଗ, ବ୍ୟାକପ୍ୟାକ୍, ସ୍ଲିଙ୍ଗ ବ୍ୟାଗ ସହ ଗୋଟିଏ କଳା ପର୍ସ ଥିଲା, ଯେଉଁଥିରେ ମୁଁ ମୋର ସମସ୍ତ ଅଳଙ୍କାରକୁ ରଖିଥିଲି। ସ୍କ୍ରିନିଂ ପଏଣ୍ଟରେ ଜଣେ ସି ଆଇ ଏସ ଏଫ ମହିଳା କନଷ୍ଟେବଳ ଥିଲେ। ସେ ପର୍ସ ଏବଂ ଅଳଙ୍କାର ଦେଖାଇବାକୁ ମୋତେ କହିଲା। ବାହାରକୁ ନ ଆଣି ପର୍ସ ଭିତରେ ଯାଞ୍ଚ କରିବାକୁ ମୁଁ ତାଙ୍କୁ ଅନୁରୋଧ କଲି। ମୁଁ ଅଳଙ୍କାରଗୁଡ଼ିକୁ ଏକ ସ୍ୱଚ୍ଛ ବାକ୍ସରେ ରଖିଥିଲି। କିନ୍ତୁ ସେ ମୋ କଥା ଶୁଣିଲେ ନାହିଁ।”

ଏଫ୍ଆଇଆର୍ ଅନୁଯାୟୀ ମହିଳା କନଷ୍ଟେବଳ ଜଣଙ୍କ ଅଳଙ୍କାର ଗୁଡିକୁ ବାକ୍ସରୁ ବାହାର କରି ଅନ୍ୟ ଏକ ଟ୍ରେରେ ରଖିଥିଲେ।

ଶ୍ରୀମତୀ ଭଟ୍ଟ ଅଭିଯୋଗ କରି କହିଛନ୍ତି, ‘ଏହି ସମୟ ରେ ବିମାନ ବନ୍ଦର ବୋର୍ଡିଂ ସମୟ ଘୋଷଣା କଲା ଏବଂ ମୁଁ ମୋର ବ୍ୟାଗ ନେଇ ବିମାନରେ ଚଢ଼ିବାକୁ ଗଲି। ଉଡ଼ାଣ ସମୟ ରେ ମୁଁ ଅଳଙ୍କାର ବାକ୍ସଟି ନିଖୋଜ ହୋଇଥିବାର ଦେଖିଲି ଏବଂ ବିମାନ କର୍ମଚାରୀଙ୍କ ନିକଟରେ ଅଭିଯୋଗ କଲି I ସେମାନେ ମତେ CISF ରେ ରିପୋର୍ଟ କରିବାକୁ ପରାମର୍ଶ ଦେଇଥିଲେ।’

ସେ ଡିବ୍ରୁଗଡର ସିଆଇଏସ୍ଏଫ୍କୁ ଏହି ବିଷୟରେ ଜଣାଇଥିଲେ ଏବଂ ବିମାନବନ୍ଦର ଅଧିକାରୀଙ୍କୁ ଏହି ଘଟଣା ବିଷୟରେ ଜଣାଇବା ପାଇଁ ଅନେକ ଥର କଲ କରିଥିଲେ।

Also Read  ଦୁଇ ଘଣ୍ଟା ପରେ କୂଅରୁ ଜୀବିତ ଉଦ୍ଧାର ହେଲେ ବୃଦ୍ଧ: ଉଦ୍ଧାର କଲା ଅଗ୍ନିଶମ ବାହିନୀ.

ସେ ଆହୁରି କହିଛନ୍ତି, “ମୋତେ ଏହି ଘଟଣାରେ ସାହାଯ୍ୟ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା I କିନ୍ତୁ ଯେତେବେଳେ ମୁଁ ଜାନୁଆରୀ ୮ ରେ ଲଖନଉ ରେ ପହଞ୍ଚିଲି, ସେତେବେଳେ ମୋତେ ସିସିଟିଭି ଫୁଟେଜ ଦେଖାଗଲା I ଯେଉଁଥିରେ ସିଆଇଏସ୍ଏଫ୍ ଅଧିକାରୀଙ୍କ ଯାଞ୍ଚ ସମୟରେ ଅଳଙ୍କାର ବାକ୍ସ ସ୍କାନିଂ ଟ୍ରେରୁ ଖସିପଡିଥିବାର ଦେଖାଯାଇଥିଲା।”

ଅଭିଯୋଗକାରିଣୀ ଙ୍କ କହିବା ଅନୁସାରେ, ‘ସିସିଟିଭି ଫୁଟେଜ୍ ର କ୍ୱାଲିଟି ଅତ୍ୟନ୍ତ ଖରାପ। ଅଳଙ୍କାର ବାକ୍ସ ସ୍କାନିଂରୁ ତଳକୁ ଖସିଯିବା ପରେ କୌଣସି ସିସିଟିଭି ଫୁଟେଜ୍ ଉପଲବ୍ଧ ନଥିଲା।”

‘ ସମ୍ପୂର୍ଣ ସିସିଟିଭି ଫୁଟେଜ୍ ତାଙ୍କୁ ଦେଖାଯାଇ ନାହିଁ କିମ୍ବା ଏହା ଜାଣିଶୁଣି କଟାଯାଇଛି କିମ୍ବା ଉଦ୍ଦେଶ୍ୟମୂଳକ ଭାବରେ କାଟି ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି I
ପୋଲିସ ପକ୍ଷରୁ କୁହାଯାଇଛି ଯେ, ଚୋରି ଅଭିଯୋଗରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି ଏବଂ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।