ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟ ରାଜନୀତି ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ସେ ରାଜ୍ୟସଭା ଯିବେ ବୋଲି ବିଭିନ୍ନ ସୂତ୍ରରୁ ଖବର ପ୍ରକାଶ ପାଇଛି । ତେବେ ଏହି ଖବରାରେ ବିରାମ ଲଗାଇଛନ୍ତି ଜେଡୁୟୁ ନେତା ସଞ୍ଜୟ ଝା । ବିହାରର ଏ ମନ୍ତ୍ରୀଜଣକ କହିଛନ୍ତି ନୀତିଶ ବିହାର ଛାଡୁ ନାହାନ୍ତି । ବିହାର ଜନସାଧାରଣ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି, ସେ ଏହା ଭଲ ଭାବେ ଜାଣିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଏକ ଗୁଜବ ବୋଲି ସେ କହିଛନ୍ତି ।
ନୀତିଶ ଯଦି ଦିଲ୍ଲୀ ପଳାଇ ଯାଉଛନ୍ତି ତାହାହେଲେ ବିହାରରେ ଜେଡିୟୁକୁ ସମ୍ଭାଳିବା ପରି ନେତା ନାହାନ୍ତି । ବିଜେପି ପଲା ଭାରି ଥିବାରୁ ଜେଡିୟୁ କୌଣସି ଆତ୍ମଘାତୀ କାମ କରିବାକୁ ଚାହିଁବ ନାହିଁ ବୋଲି ରାଜନୈତିକ ସମୀକ୍ଷକ ମାନେ ମତପୋଷଣ କରିଛନ୍ତି । ସୂଚନାଯୋଗ୍ୟ, ନୀତିଶଙ୍କୁ ଉପରାଷ୍ଟ୍ରପତି କରିବା ପାଇଁ ବିଜେପି ଚାହୁଁଛି । ଏହା ହେଲେ ବିହାରରେ ମୁଖ୍ୟମନ୍ତ୍ରୀ ପଦ ବିଜେପି ହାତକୁ ଯିବ ।