ବୋହୂ ତୃପ୍ତିଙ୍କୁ ଧରି ଥାନାରେ ପହଞ୍ଚିଲେ ଶାଶୂ ଅପରାଜିତା

0
589

ଭୁବନେଶ୍ୱର : ସେଲିବ୍ରେଟିଙ୍କ ହାଇଡ୍ରାମା ଏବେ ଥାନାରେ ପହଞ୍ଚିଲା । ରୋଡ଼ ଉପରେ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ଭିଡ଼ିଓ ଭାଇରାଲ ପରେ ଖାରବେଳ ନଗର ଥାନାରେ ପହଞ୍ଚିଛନ୍ତି ଅଭିନେତ୍ରୀ ଅପରାଜିତା ମହାନ୍ତି ଓ ବୋହୂ ତୃପ୍ତି । ତେବେ କ’ଣ ପାଇଁ ଶାଶୂ ଅପରାଜିତା ଏବଂ ବୋହୂ ତୃପ୍ତି ଥାନାକୁ ଆସିଛନ୍ତି ଏବେ ଯାଏ ତାହା ଜଣାପଡ଼ିନାହିଁ। ଯାହାକି କିଛି ସମୟ ପୂର୍ବରୁ ଭିଡ଼ିଓ ଭାଇରାଲ ପରେ ପ୍ରକୃତିଙ୍କ ପରିବାର ପକ୍ଷରୁ ଝିଅର ମାନହାନି ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ ମନ୍ମଥ ମିଶ୍ର ।

ସେ କହିଥିଲେ କି ସକାଳୁ ବିଚ୍‌ ରାସ୍ତାରେ ପ୍ରକୃତିଙ୍କୁ ଦୁର୍ବ୍ୟବହାର କରିଥିଲେ ତୃପ୍ତି । ଏହାସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ସୂଚନା ମୁତାବିକ, ଆଜି ସକାଳେ ପ୍ରକୃତିଙ୍କ ସହ ବାବୁସାନ୍ ଗାଡ଼ିରେ ଯିବା ବେଳେ ହଠାତ ପତ୍ନୀ ପହଞ୍ଚି ଯାଇଥିଲେ । ପ୍ରକୃତି ତାଙ୍କ ପରିବାରକୁ ନଷ୍ଟ କରୁଥିବା କହି ପ୍ରକୃତିଙ୍କ ଚୁଟି ଘୋଷାଡି ମାଡ଼ ମାରିଥିଲେ । ବାବୁସାନଙ୍କ ସହ ସଂପର୍କ ଖରାପ ପାଇଁ ପ୍ରକୃତି ଦାୟୀ ବୋଲି କହିଥିଲେ । ବାବୁସାନ୍ ପ୍ରତିବାଦ କରିଥିବାରୁ, କାର୍ ରୁ ଟାଣି ଆଣି ବାବୁସାନଙ୍କୁ ମାଡ଼ ମାରିଥିଲେ ପତ୍ନୀ ।

Also Read  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦେଶରେ ଏକ ମାଇଲଖୁଣ୍ଟ : ମୁଖ୍ୟମନ୍ତ୍ରୀ