ବୋହୂ ବେଶରେ ପୁଅ ଘର ସାମ୍ନାରେ ଶଙ୍ଖ ଫୁଙ୍କି ଧାରଣା ଦେଲେ ଯୁବତୀ

0
810
ଶଙ୍ଖ ଫୁଙ୍କି ଧାରଣା ଦେଲେ ଯୁବତୀ
ଶଙ୍ଖ ଫୁଙ୍କି ଧାରଣା ଦେଲେ ଯୁବତୀ

ବ୍ରହ୍ମପୁର: ବାଡୁଅ ପାଣି ଗାଧୁଆ ସରିଥିଲା । ହଳଦି ମାଖି ବଧୂବେଷରେ ବର ଅପେକ୍ଷାରେ ଥିଲା ବଧୂ। କିନ୍ତୁ ଅପେକ୍ଷା ଅପେକ୍ଷାରେ ରହିଗଲା। ବର ଆସିଲାନି କି ରୋଷଣୀ ଜଳିଲାନି ବାଜା ବାଜିଲାନି। ଶେଷରେ ବଧୂବେଷରେ ବର ଘର ଆଗରେ ପଂହଚିଲେ କନ୍ୟା । ଆଉ ତା’ପରେ ଆରମ୍ଭ ହେଲା ହାଇଡ୍ରାମା । ଯାହା ଆଗରେ ଏକତା କପୁରଙ୍କ ସିରିଏଲର ପ୍ଲଟ୍ ବି ପଡିଯିବ ଫିକା । ଏଭଳି ଚାଂଚଲ୍ୟକର ଘଟଣା ଘଟିଛି ବ୍ରହ୍ମପୁରର । ସିଲ୍କ ସିଟିରେ ଲେଖା ହୋଇଛି ସମ୍ପର୍କ,ସମ୍ବନ୍ଧ ଓ ପ୍ରତାରଣାର ନୂଆ କାହାଣୀ । ବର ଘର ଆଗରେ ଧାରଣାରେ ବସିଛି କନ୍ୟା । ଖବର ଓଡ଼ିଶା ମିଡିଆରୁ ବାହାରି ଦିଲ୍ଲୀ ମିଡିଆରେ ପହଂଚିଲାଣି । ଧାରଣାରେ ବସିଛି ବୋହୂ ।

ଗପ ହେଲେ ବି ସତ ଭଳି କାହାଣୀର ଦୁଇ ଚରିତ୍ର ହେଉଛନ୍ତି ଡାକ୍ତର ସୁମିତ ସାହୁ ଓ ପ୍ରେମିକା ତପସ୍ୱିନୀ । ବ୍ରହ୍ମପୁର ବ୍ରହ୍ମାନଗରରେ ରୁହନ୍ତି ତପସ୍ୱିନୀ । ତପସ୍ୱିନୀଙ୍କ ଅଭିଯୋଗ ହେଉଛି ଯେ, ୨୦୨୦ରେ ସେ ସୁମିତ ସାହୁଙ୍କୁ କୋର୍ଟ୍ ମ୍ୟାରେଜ୍ କରିଥିଲେ । ତପସ୍ୱିନୀ ମଧ୍ୟ ଡାକ୍ତରୀ ଛାତ୍ରୀ । କୋ

କୋର୍ଟ ମ୍ୟାରେଜ୍ ପରେ ଦୀର୍ଘ ୬ ମାସ ପର୍ଯ୍ୟନ୍ତ ସୁମିତଙ୍କ ଘରେ ଏକାଠି ରହିଥିଲେ। ତେବେ ଏହି ସମୟରେ ଶାଶୁ ଶ୍ୱଶୁର ଏବଂ ବୋହୁ ତମସ୍ୱିନୀଙ୍କ ମଧ୍ୟରେ ସମ୍ପର୍କ ଭଲ ପଡ଼େନାହିଁ। ବୈଦିକ ରୀତିନୀତିରେ ବାହାଘର ହୋଇନଥିବାରୁ ବୋହୁକୁ ସିନ୍ଦୁର ପିନ୍ଧିବା ପାଇଁ ମନା କରନ୍ତି ଶାଶୁ। ଆଉ ଠିକ ୬ ମାସ ପରେ ପରେ ତପସ୍ୱିନୀଙ୍କୁ ତାଙ୍କ ବାପ ଘରେ ଛାଡ଼ିଦେଇଥିଲେ ସୁମିତ। ରୀତିନୀତି  ଅନୁଯାୟୀ ବିବାହ କରି ଘରକୁ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ସମୟର ସହିତ ସବୁକିଛି ବଦଳିବାକୁ ଲାଗିଥିଲା। ସୁମିତ ଏବଂ ତାଙ୍କ ପରିବାର ଲୋକଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଥିଲା।

ତେବେ ସୁମିତଙ୍କ ପରିବାର ବିବାହ ପାଇଁ ଦିନ ଘୁଞ୍ଚାଉଥିବା କାରଣରୁ ମାମଲା କୋର୍ଟକୁ ଯାଇଥିଲା। କୋର୍ଟର ଭୟରେ ବିବାହ କରାଇ ଦେବାକୁ ପୁଣି ପୁଅର ବାପା ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁଇ ଦୁଇଥର ବିବାହ ପାଇଁ ଲଗ୍ନ ସ୍ଥିର ହୋଇଥିଲା ବେଳେ ଶେଷରେ ସୋମବାର ବିବାହ ପାଇଁ ଦିନ ଠିକ ହୋଇଥିଲା। କାର୍ଡ଼ ମଧ୍ୟ ବଂଟା  ସରିଥିଲା। ହେଲେ ବିବାହ ଉତ୍ସବ ପାଇଁ କୌଣସି ଆୟୋଜନ କରିନଥିଲେ ସୁମିତଙ୍କ ପରିବାର ।

ବଧୂ ବେଷରେ ତପସ୍ୱିନୀ ସୁମିତଙ୍କୁ ଅପେକ୍ଷା କରିଥିଲେ । ହେଲେ ବେଳ ଗଡିଥିଲା କିନ୍ତୁ ସୁମିତ ଆସିନଥିଲେ । ଶେଷରେ ବାଧ୍ୟ ହୋଇ ତପସ୍ୱିନୀ ସୁମିତଙ୍କ ଘରେ ପଂହଚିଥିଲେ । କିନ୍ତୁ ତାଙ୍କୁ ଘର ଭିତରକୁ ପଶିବାକୁ ସୁମିତଙ୍କ ପରିବାର ଅନୁମତି ଦେଇ ନଥିଲେ । ଶେଷରେ ପ୍ରତିବାଦ କରି ଶଙ୍ଖ ବଜାଇ ପୁଅ ଘର ସାମ୍ନାରେ ଧାରଣା ଦେଇଛନ୍ତି  ତପସ୍ୱିନୀ ଓରଫ ଡିମ୍ପଲ । ଲିଖିତ ଅଭିଯୋଗ ଓ କୋର୍ଟର ଆଦେଶ ଅନୁଯାୟୀ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି ।

Also Read  Odisha Governor encourages youth to embrace selfless service