ବ୍ରାହ୍ମଣୀରେ ଭାସିଗଲେ ଜଣେ, ୩ ଉଦ୍ଧାର

0
918

ରାଉରକେଲା: ପାନପୋଷ ବ୍ରାହ୍ମଣୀ ଘାଟରେ ଗାଧଉଥିବାବେଳେ ବ୍ରାହ୍ମଣୀ ନଦୀରେ ବୁଡିଗଲେ ତିନି ବାଳକ ଓ ଜଣେ ବାଳିକା। ଆଜି ଅପରାହ୍ନ ପ୍ରାୟ ସାଢେ ତିନିଟାରେ ଏହି ଅଘଟଣ ଘଟିଛି। ସ୍ଥାନୀୟ ବସ୍ତି ଲୋକ ତିନି ବାଳକଙ୍କୁ ଉଦ୍ଧାର କରିଥିବାରୁ ସେମାନେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଅନ୍ୟ ଜଣେ ବାଳିକା ନିଖୋଜ ହୋଇଯାଇଛନ୍ତି । ସୂଚନା ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ବାଳିକାଙ୍କୁ ଠାବ କରାଯାଇ ପାରିନି।

ସମସ୍ତଙ୍କ ଘର ବାସନ୍ତୀ କଲୋନି ମାଲଗୋଦାମ ଅଞ୍ଚଳର। ସେମାନେ ହେଲେ ସାରୁଖ ଖାନ (୧୭), ନାସିର ଖାନ (୧୨), ରାହୁଲ ସିଂ (୧୪) ଓ ପୂଜା ସିଂ (୧୩୩)। ବସ୍ତିବାସିନ୍ଦାଙ୍କ କହିବା ମୁତାବକ ତିନି ବାଳକ ଓ ଜଣେ ବାଳିକା ଅପରାହ୍ଣ ପ୍ରାୟ ଦୁଇଟାରେ ବ୍ରାହ୍ମଣୀ ଘାଟରେ ପହଞ୍ଚିଥିଲେ। ପିଲାମାାନେ ପାଣିରେ ପଶି ମଜା ଉଠାଉଥିଲେ। ଭିତରକୁ ପଶିଯିବାରୁ ଭାସି ଯାଇଥିଲେ।  ସେମାନେ ଭାସି ଯାଉଥିବା ଦେଖି ବସ୍ତିର ତିନି ଯୁବକ ସନ୍ତୋଷ ରାମ, ଅଜୟ ଟପୋ ଓ ବିକ୍ରମ ସାହା ନଦୀରୁ ତିନି ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ପୂଜା କିନ୍ତୁ ନିଖୋଜ ହୋଇଯାଇଥିଲେ।

Also Read  Modi to Visit Odisha Twice in January 2025