ବୟସ୍କ କୋଭିଡ -19 ରୋଗୀଙ୍କ ଚିକିତ୍ସା ପାଇଁ ନାଜାଲ ସ୍ପ୍ରେ

0
361
ବୟସ୍କ କୋଭିଡ -19 ରୋଗୀଙ୍କ ଚିକିତ୍ସା ପାଇଁ ନାଜାଲ ସ୍ପ୍ରେ
ବୟସ୍କ କୋଭିଡ -19 ରୋଗୀଙ୍କ ଚିକିତ୍ସା ପାଇଁ ନାଜାଲ ସ୍ପ୍ରେ

ଫେବୃଆରୀ ୯

ଭାରତୀୟ ଫାର୍ମା କମ୍ପାନୀ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଏବଂ କାନାଡାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ SaNOtize ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ ବୁଧବାର କୋଭିଡ -19 ରୋଗୀଙ୍କ ଚିକିତ୍ସା ପାଇଁ ଗୋଟିଏ ନାଜାଲ ସ୍ପ୍ରେ ବ୍ୟବହାର କରିବା ନେଇ ଘୋଷଣା କରିଛନ୍ତି I
ଗ୍ଲେନମାର୍କ ଅନୁଯାୟୀ, କୋଭିଡ -19 ଥିବା ବୟସ୍କ ରୋଗୀଙ୍କ ଚିକିତ୍ସା ପାଇଁ ନାଇଟ୍ରିକ୍ ଅକ୍ସାଇଡ୍ ନାସାଲ୍ ସ୍ପ୍ରେ (NONS) ଭାରତର ଫାବିସ୍ପ୍ରେ ନାଁ ରେ ବିକ୍ରି ହେବ I ଯେଉଁମାନଙ୍କ କ୍ଷେତ୍ର ରେ ଏହି ରୋଗ ଶୀଘ୍ର ବଢିଯିବାର ସମ୍ଭାବନା ଥାଏ, ସେମାନଙ୍କୁ ଏହା ଦ୍ୱାରା ଚିକିତ୍ସା କରାଯାଇ ପାରିବ I
ତ୍ୱରିତ ଅନୁମୋଦନ ପ୍ରକ୍ରିୟାର ଏକ ଅଂଶ ଭାବରେ ଗ୍ଲେନମାର୍କ ପୂର୍ବରୁ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ରୁ NONS ପାଇଁ ଉତ୍ପାଦନ ଏବଂ ମାର୍କେଟିଂ ଅନୁମୋଦନ ପାଇ ସାରିଛି I ​
କରୋନାଭାଇରସ୍ ଫୁସଫୁସ କୁ ଯିବା ପୂର୍ବରୁ ତାକୁ ମାରିବା ପାଇଁ ଏହି ସ୍ପ୍ରେ ର ପରିକଳ୍ପନା କରାଯାଇଛି ଏବଂ ଏହା (ନାସାଲ୍ ସ୍ପ୍ରେ) ଜୀବାଣୁ ବିରୁଦ୍ଧରେ ଏକ ଶାରୀରିକ ଏବଂ ରାସାୟନିକ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରିଥାଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି I

Also Read  ରାଷ୍ଟ୍ରପତି ନିର୍ବାଚନ: ବିରୋଧୀଙ୍କୁ ପୁଣି ଝଟକା, ଶରଦ ଓ ଫାରୁକଙ୍କ ପରେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନାକଲେ ଗୋପାଳକୃଷ୍ଣ ଗାନ୍ଧୀ

LEAVE A REPLY

Please enter your comment!
Please enter your name here