ଭାରସାମ୍ୟ ହରାଇ କେନାଲକୁ ଖସିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ରୁ ୫୦ ଯାତ୍ରୀ

0
946
Woman Dies In An Road Accident Near Gangapada, Bhubaneswar
Woman Dies In An Road Accident Near Gangapada, Bhubaneswar

ବୌଦ୍ଧ : ଭାରସାମ୍ୟ ହରାଇ କେନାଲ ତଳକୁ ଖସିଲା ଯାତ୍ରୀବାହୀ ବସ୍। ଅଳ୍ପକେ ବର୍ତ୍ତିଲେ ୪୫ ରୁ ୫୦ ଯାତ୍ରୀ। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ସ୍ଥିତ ମାଧପୁର ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ସାରଳା ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ମାଧପୁର ନିକଟସ୍ଥ ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଏକ କେନାଲକୁ ଭାରସାମ୍ୟ ହରାଇ ଖସିପଡ଼ିଥିଲା ।

ଫଳରେ ଗାଡ଼ିରେ ଥିବା ପ୍ରାୟ ୪୫ ରୁ ୫୦ ଜଣ ଯାତ୍ରୀ ସୁରକ୍ଷିତ ଥିବାବେଳେ କେହି ମୃତାହତ ହୋଇନଥିବା ଜଣାପଡିଛି। ଏକ ବଡ଼ ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଛି। ଖବର ପାଇ ପୁରୁଣାକଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବସ୍ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଇଥିବା ଜଣାପଡିଛି । ଅପର ପକ୍ଷରେ ସାମାନ୍ୟ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଆଡେନିଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ।

Also Read  ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟରେ ପାସ୍ ହେଲେ ସିନ୍ଦେ, ସପକ୍ଷରେ ପଡିଲା ୧୬୪ ଭୋଟ୍