ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ରାଜ୍ୟ ଓ ରାଜ୍ୟ ବାହାରେ ଅଚଳାଚଳ ସମ୍ପତ୍ତି

0
395
Odisha Vigilance Raids Four Places Linked to Forest Range Officer Of Rahama
Odisha Vigilance Raids Four Places Linked to Forest Range Officer Of Rahama

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ରାଜ୍ୟ ଓ ରାଜ୍ୟ ବାହାରେ ଅଚଳାଚଳ ସମ୍ପତ୍ତି
ଭୁବନେଶ୍ୱର: ଜୁଲାଇ ୨୭ ତାରିଖ: ରାଜ୍ୟ ଭିଜିଲାନ୍ସ ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ଙ୍କୁ ଗିରଫ କରିଛି I ଅଭିଯୋଗ ଅନୁସାରେ ରାଉତ ଙ୍କ ପାଖରେ ଆୟବହିର୍ଭୁତ ସମ୍ପତ୍ତି ରହିଛି I ଏଯାଏଁ ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତି ୧୪କୋଟିରୁ ଊର୍ଧ୍ବ ହେବ ବୋଲି ଜଣାପଡ଼ିଛି, ଯାହାକି ତାଙ୍କ ଆୟର ୨୫୭ ପ୍ରତିଶତ ବୋଲି ଭିଜିଲାନ୍ସ ହିସାବରୁ ସ୍ପଷ୍ଟ ହୋଇଛି। ଜେରା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ରାଉତ ଏବଂ ତାଙ୍କ ପରିବାରଙ୍କ ନାଁ ରେ ସପ୍ତଶଯ୍ୟା ଠାରେ ଗୋଟିଏ ଫାର୍ମ ହାଉସ ରହିଛି ଯାହା ମଧ୍ୟରେ ଗୋଟିଏ ଦୁଇ ମହଲା କୋଠା ରହିଛି I ଭୁବନେଶ୍ୱରର ନୀଳାଦ୍ରି ବିହାର ଅଂଚଳରେ ୫,୮୦୦ ବର୍ଗଫୁଟ ଜମି ଉପରେ ଗୋଟିଏ ବଡ ଅଟ୍ଟାଳିକା ରହିଥିବାବେଳେ ନୀଳକଣ୍ଠ ନଗରରେ ମଧ୍ୟ ଗୋଟିଏ ଦୁଇ ମହଲା କୋଠା ରହିଛି I
ପୁରୀରେ ଦୁଇଟି ଫ୍ଲାଟ ଏବଂ ମଥୁରାରେ ଗୋଟିଏ ଫ୍ଲାଟ ରହିଛି I ମୋଟାମୋଟି ଭାବରେ ପୁରୀ, ଭୁବନେଶ୍ୱର, କଟକ ଏବଂ ଢେଙ୍କାନାଳରେ ତାଙ୍କର ୩୪ ଟି ପ୍ଲଟ ରହିଛି I ଚଢ଼ାଉ ବେଳେ ତାଙ୍କ ପାଖରୁ ଗୋଟିଏ କେଜି ସୁନା ମିଳିଥିବାବେଳେ ପ୍ରାୟ ଅଧା କେଜି ଓଜନର ରୂପ ମିଳିଛି I ପ୍ରାୟ ୨.୮୪ କୋଟି ଟଙ୍କାର ଇନ୍ସୁରାନ୍ସ,,ବ୍ୟାଙ୍କ ବାଲାନ୍ସ, ମିଳିଥିବା ନେଇ ଜଣାପଡିଛି I ଏହାଛଡ଼ା ୩୭,୩୬,୫୯୭ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ଟ୍ରକ, ୨ଟି କାର୍‌, ୪ଟି ବାଇକ୍‌ ଠାବ ହୋଇଥିଲା।

ସୂତ୍ରରୁ ପ୍ରକାଶ ଯେ’ ରାଉତ ୧୯୯୧ ମସିହାରେ ସହକାରୀ ଯନ୍ତ୍ରୀ ଭାବରେ ଚାକିରୀ ଆରମ୍ଭ କରିଥିଲେ ଏବଂ ଲୋୟର ସୁକତେଲ ପ୍ରକଳ୍ପରେ ଗତ ଫେବୃଆରୀ ମାସରେ ଯୋଗଦେଇଥିଲେ I ଏବେ ବେତନ ଆକାରରେ ପ୍ରାୟ ଦୁଇ ଲକ୍ଷ ଟଙ୍କା ପାଉଛନ୍ତି I ପ୍ରକାଶ ଥାଉ କି ଗୁରୁବାର ଦିନ ଭିଜିଲାନ୍ସର ୯ଟି ଟିମ୍‌ ଆଜି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ରାଉତଙ୍କ ଭୁବନେଶ୍ବର ସ୍ଥିତ ଆବାସିକ ଘର, କଟକ ସ୍ଥିତ ପୈତୃକ ଘର ଆଦି ୯ଟି ସ୍ଥାନରେ ଚଢ଼ଉ କରିଥିଲେ I

Also Read  ଦେଶରେ ଜନଗଣନା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିବ: ସରକାର