ନୟାଗଡ଼ : ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ-୧ ନୟାଗଡ଼ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ସାହୁଙ୍କ ଘର ଏବଂ ଅଫିସରେ ଭିଜିଲାନ୍ସ ଚଢ଼ାଉ କରିଛି । ରାଜ୍ୟର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ପୂର୍ବରୁ ଥରେ ନୟାଗଡ଼ ନିର୍ବାହୀ ଯନ୍ତ୍ରୀଙ୍କ ସହ ବିପୁଳ ପରିମାଣର ଟଙ୍କା ନେଇ ଯାଉଥିବା ବେଳେ ଏସଡିଓ ଶ୍ରୀ ସାହୁ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ଉକ୍ତ ଘଟଣାରୁ ସେ ରକ୍ଷା ପାଇ ଯାଇଥିବା ବେଳେ ନିର୍ବାହୀ ଯନ୍ତ୍ରୀ ଗିରଫ ହୋଇଥିଲେ ।
ଆଜି ତାଙ୍କ ଭୁବନେଶ୍ୱର ପଟିଆ ଅଞ୍ଚଳରେ ଥିବା କୋଠା, କଟକ କିଶୋରନଗର ଘର, ଲାଲାବାଗ ଘର, ଖଣ୍ଡଗିରି ଦୋମହଲା ଘର, ନୟାଗଡ଼ ବାସଭବନ ଏବଂ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ଭିଜିଲାନ୍ସର ୫ ଜଣ ଡ଼ିଏସପି, ୫ ଜଣ ଇନିସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଅଛନ୍ତି।

























