ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଓଡ଼ିଆ ଯବାନ ରାଣାପ୍ରତାପଙ୍କ ପାର୍ଥିବ ଶରୀର

0
767
ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା
ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା

ଭୁବନେଶ୍ୱର : : ତାମିଲନାଡ଼ୁ କୁନ୍ନୁରଠାରେ ହେଲିକପ୍ଟର ଦୁର୍ଘଟଣାର ସିଡିଏସ୍ ବିପିନ୍ ରାୱତଙ୍କ ସହ ସହିଦ ହୋଇଥିବା ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛି। ରାଣା ପ୍ରତାପଙ୍କ ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ବିମାନବନ୍ଦରରେ ଗାର୍ଡ ଅଫ୍ ଅର୍ଣ୍ଣର ଦିଆଯାଇଥିଲା ।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ମନ୍ତ୍ରୀ ବିଧାୟକ, ପୋଲିସ କମିଶନରଙ୍କ ସମେତ ବହୁ ବ୍ୟକ୍ତିବିଶେଷମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।ରାଣାଙ୍କ ଶେଷ ଦର୍ଶନ ପାଇଁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପହଞ୍ଚିଛନ୍ତି। ସେ ରାଣା ପ୍ରତାପଙ୍କ ଜନ୍ମସ୍ଥାନକୁ ଯିବେ ବୋଲି ସୂଚନା ମିଳିଛି। ମନ୍ତ୍ରୀ ଅଶୋକ ପଣ୍ଡା ବି ପହଞ୍ଚିଛନ୍ତି।

ଏଠାରୁ ରାଣାଙ୍କ ମରଶରୀରକୁ ତାଙ୍କ ଜନ୍ମମାଟି ତାଳଚେର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁ’କୁ ନିଆଯିବ ବୋଲି ଜଣାପଡ଼ିଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ଅନୁସାରେ ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ। ରାଣାପ୍ରତାପ ବାୟୁସେନା ବିଭାଗରେ ଜୁନିଅର ୱାରେଣ୍ଟ ଅଫିସର ଭାବେ ୧୨ ବର୍ଷ ଧରି ବାୟୁସେନାରେ କାର୍ଯ୍ୟ କରୁଥିଲେ।

Also Read  Woman branded with hot iron rods to ward off evil spirit hovering on her in Mayurbhanj