ଭୂମିକମ୍ପରେ ଥରିଲା ଉତ୍ତରାଖଣ୍ଡ

0
663

ଡେରାଡୁନ୍‌: ଭୂମିକମ୍ପରେ ଥରିଲା ଉତ୍ତରାଖଣ୍ଡ । ଆଜି ସକାଳେ ପିଥୌରାଗଡ଼ ଜିଲ୍ଳାରେ ଭୂମିକମ୍ପ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ ହୋଇଥିବା ବେଳେ ଏଥିରେ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ତେବେ ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ସୀମାର ଆଖପାଖ ଆଞ୍ଚଳରେ ବୋଲି କୁହାଯାଉଛି । ପୂର୍ବରୁ ଏଠାରେ ଫେବ୍ରୁଆରୀ ୧୨ ତାରିଖରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ସେତେ ବେଳେ ରିକ୍ଟର ସ୍କେଲରେ ତୀବ୍ରତା ୪.୧ ରହିଥିଲା ।

Also Read  ପ୍ରକାଶ ପାଇଲା ‘ସିବିଏସ୍‌ଇ’ ଦଶମ ପରୀକ୍ଷା ରେଜଲ୍ଟ, ଏହି ଓ୍ୱେବସାଇଟରେ ଦେଖନ୍ତୁ ମାର୍କ...