ମମିତାଙ୍କ ପରିବାର ଲୋକଙ୍କୁ ଭେଟିଲେ ମହିଳା କମିଶନ ଟିମ୍

0
472
Mamita's Father Demands Death Penalty for Accused Persons

ବଲାଙ୍ଗୀର, ୨୩ା୧୦: ମମିତା ମେହେର ହତ୍ୟା ମାମଲାରେ ମହିଳା କମିସନଙ୍କ ତନାଘନା ଆରମ୍ଭ ହୋଇଛି। ଆଜି ମମିତା ମେହେରଙ୍କ ଘରେ ପହଞ୍ଚିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା। ବଲାଙ୍ଗୀର ଜିଲ୍ଲାର ତୁରେକେଲା ଝରଣୀ ଗାଁକୁ ଯାଇ ମହିଳା କମିସନ ଅଧ୍ୟକ୍ଷା ମମିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି।

ମହିଳା କମିଶନ ଅଧ୍ୟକ୍ଷାଙ୍କ ସମେତ ୪ଜଣିଆ ଟିମ୍ ମଧ୍ୟ ମମିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି। ମହିଳା କମିସନ ଅଧ୍ୟକ୍ଷା ପୁରା ଘଟଣା ସଂପର୍କରେ ଜାଣିବାକୁ ଚାହିଁଛନ୍ତି। ଏପରିକି ପୁଲିସର ତଦନ୍ତ ଠିକ୍ ଦିଗରେ ଯାଉଛି ନା ନାହିଁ ଏବଂ ପରିବାର ଲୋକ ଏଥିରେ କେତେ ସନ୍ତୁଷ୍ଟ ସେନେଇ ପଚାରି ବୁଝିଛନ୍ତି। ମମିତାଙ୍କ ବାପା ମା’ଙ୍କୁ ଭେଟି ସମବେଦନା ଜଣାଇବା ସହ ନ୍ୟାୟ ପ୍ରଦାନରେ ସରକାର ସମସ୍ତ ସହଯୋଗ ପ୍ରଦାନ କରିବେ ବୋଲି ସେ ଆଶ୍ୱାସନା ଦେଇଥିବା ଜଣାପଡ଼ିଛି।

ଏ ଅବସରରେ ମମିତାଙ୍କ ବାପା କହିଛନ୍ତି, ତାଙ୍କ ପରିବାର ବଡ଼ ଦୁଃଖ କଷ୍ଟରେ ଅଛନ୍ତି । ଏଣୁ ତାଙ୍କୁ ଆର୍ଥିକ ସୁରକ୍ଷା ସହ ଦୋଷୀଙ୍କୁ କଡ଼ା ଦଣ୍ଡ ସ୍ୱରୂପ ଫାଶୀ ଦାବି ଦେବାକୁ ସେ ଦାବି କରିଛନ୍ତି । ଏନେଇ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି, ମମିତାଙ୍କ ପରିବାର ଅର୍ଥନୈତିକ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ । ସେହିପରି କଲେଜ କିଭଳି ଠିକଠାକ ଚାଲିବ ସେନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ବୈଠକ ଡାକିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ।

Also Read  ବିମାନରେ ବୋମା ଧମକ: ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର

LEAVE A REPLY

Please enter your comment!
Please enter your name here