ମହାରାଷ୍ଟ୍ର ର ମନ୍ତ୍ରୀ ନବାବ ମଲିକ ଙ୍କ ଅଣ୍ଡରୱାର୍ଲ୍ଡ ଙ୍କ ସହ ସମ୍ପର୍କ !: ଇଡ଼ି ପକ୍ଷରୁ ଖୋଳତାଡ

0
601

ଫେବୃଆରୀ ୨୩

ବୁଧବାର ଗିରଫ ହୋଇଥିବା ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ PMLA ମାମଲାରେ ଜଡିତ ଏବଂ ସେଥିରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ଏବଂ ଅନ୍ୟମାନଙ୍କ ସମ୍ପୃକ୍ତି ରହିଛି ବୋଲି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କୁହାଯାଇଛି I

ବିଶେଷ ସୂତ୍ରରୁ ପ୍ରକାଶ ଯେ, କିଛି ରିଅଲ୍ ଇଷ୍ଟେଟ୍ ପ୍ରୋଜେକ୍ଟରେ ନବାବ ମଲିକଙ୍କ ବେନାମୀ ବିନିଯୋଗର ବିବରଣୀ ଇଡି ପାଇଛନ୍ତି। ଏହି ଆଧାରରେ ମଲିକ ଙ୍କୁ ହେଫଜାତ କୁ ନିଆଯାଇଛି I
I

ଦାଉଦଙ୍କ ଭାଇ ଇକବାଲ କାସକରଙ୍କଠାରୁ ରେକର୍ଡ କରାଯାଇଥିବା ବିବୃତ୍ତି ଆଧାରରେ ମଲିକଙ୍କୁ ଡକାଯାଇଥିଲା। କାସକରଙ୍କ ବିବୃତ୍ତିରେ କିଛି ଜମି କାରବାର ବିଷୟରେ ଉଲ୍ଲେଖ କରାଯାଇଛି, ଯେଉଁଥି ପାଇଁ ମଲିକ ଙ୍କୁ ଡକାଯାଇଛି I

ଶୁକ୍ରବାର ଦିନ ଇଡି ଦାଉଦଙ୍କ ଭାଇ ଇକବାଲ କାସକରଙ୍କୁ ଗିରଫ କରିଥିଲା। କାସକର ଫେବୃଆରୀ ୨୪ ପର୍ଯ୍ୟନ୍ତ ଇଡିଙ୍କ ହେପାଜତ ରେ ରହିବ ।

ନବାବ ମଲିକ ମହାରାଷ୍ଟ୍ର ସରକାର ର ଜଣେ ଟାଣୁଆ ମନ୍ତ୍ରୀ I ଘଟଣା ରୁ ପ୍ରକାଶ ପ୍ରାୟ ୮ ଘଣ୍ଟା ଧରି ପଚରାଉଚରା କରିବା ପରେ ମନ୍ତ୍ରୀ ଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି I

ତାଙ୍କୁ ଇଡି କାର୍ଯ୍ୟାଳୟରୁ ବାହାରକୁ ନିଆଯିବାବେଳେ ମାଲିକ ତାଙ୍କ ସମର୍ଥକ ମାନଙ୍କୁ କହିଥିଲେ- “ଝୁକେଙ୍ଗେ ନହିଁ….ଲଢ଼େଙ୍ଗେ ଔର ଜିତେଙ୍ଗେ ) I

ଭୋର ପ୍ରାୟ ୫ ଟା ସମୟରେ ଇଡି ର ଟିମ ମଲିକଙ୍କ ଘରକୁ ଯାଇ କୁର୍ଲା ଜମି କାରବାରରେ ପଚରାଉଚରା ପାଇଁ ତାଙ୍କୁ ନେଇ ଯାଇଥିଲେ।

ବହୁ ସଂଖ୍ୟାରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି ର କର୍ମୀ ମଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ପାଇଁ ଇଡି ଅଫିସ ସମ୍ମୁଖରେ ବିଭିନ୍ନ ସ୍ଲୋଗାନ ଦେଉଥିବାର ଲକ୍ଷ କରାଯାଉଥିଲା I ଇଡି ପକ୍ଷରୁ ସୁରକ୍ଷା ପାଇଁ ସିଆଇଏସଏଫ
ଏବଂ ମୁମ୍ବାଇ ପୋଲିସ୍ କୁ ସୁରକ୍ଷା ପାଇଁ ନିୟୋଜିତ କରାଯାଇଥିଲା I

ଏନସିପିର ବରିଷ୍ଠ ନେତାମାନେ ମଲିକ ଙ୍କ ଗିରଫଦାରୀ କୁ ନିନ୍ଦା କରିଛନ୍ତି I ବିରୋଧୀ ଙ୍କୁ ଚୁପ କରିବା ପାଇଁ ଭାରତୀୟ ଜନତା ପାର୍ଟି ଏହିଭଳି କାର୍ଯ୍ୟ କରୁଛି ବୋଲି ଏନସିପିର ନେତାମାନେ କହିଛନ୍ତି I

Also Read  Raid at 7 foreign currency exchange offices by ED and at Jewel stores by IT in and around Odisha

LEAVE A REPLY

Please enter your comment!
Please enter your name here