ମାଟ୍ରିକ ପରୀକ୍ଷା ସମୟ ସୂଚୀ ବଦଳିଲା , ଦ୍ବିତୀୟ ସିଟିଂ ପରୀକ୍ଷା ପ୍ରଥମ ସିଟିଂରେ ହେବ

0
258
plus-2-exam-chse-evaluation-start from june-2

କଟକ : ଗ୍ରୀଷ୍ମର ପ୍ରକୋପ ବଢିବାରେ ଲାଗିଛି। ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି। ତାତିକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା ସମୟ ସୂଚୀରେ ପରିବର୍ତ୍ତନ କରାଯାଇଛି। ଦ୍ବିତୀୟ ସିଟିଂରେ ପରୀକ୍ଷା ହେବନି। ଦ୍ବିତୀୟ ସିଟିଂର ପରୀକ୍ଷା ପ୍ରଥମ ସିଟିଂରେ ହେବ । ପ୍ରଥମ ସିଟିଂ ସକାଳ ୮ ରୁ ୧୦ ଯାଏ ହେବ । ମଧ୍ୟମାର କିଛି ପରୀକ୍ଷା ପ୍ରଥମ ସିଟିଂରେ ହେବ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ପରୀକ୍ଷା ସେଣ୍ଟରଗୁଡିକରେ ପାଣି ସହ ଓଆରଏସ ବ୍ୟବସ୍ଥା କରାଯାଇଛି। ମାଟ୍ରିକ ପରୀକ୍ଷା ସମୟ ସୂଚୀ ପରିବର୍ତ୍ତନ ନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ସୂଚନା ଦେଇଛନ୍ତି।

ଏପ୍ରିଲ ୨୯ ରୁ ମେ ୬ ଯାଏଁ ମାଟ୍ରିକ ପରୀକ୍ଷା ହେବ। ସକାଳ ୮ ଟା ରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ପରୀକ୍ଷା ଅନୁଷ୍ଠିତ ହେବ । ୩୫ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟିତ୍ରୀ ପରୀକ୍ଷା ପରିଚାଳନା କରିବେ। ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ଦେବେ ମାଟ୍ରିକ ପରୀକ୍ଷା। କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ବାର୍ଡ କରାଯାଇଛି। ୩୩୦୩ ପରୀକ୍ଷା କେନ୍ଦ୍ର ଓ ୩୧୫ ନୋଡାଲ ସେଣ୍ଟର କରାଯାଇଛି। ସମ୍ବେଦନଶୀଳ ସ୍ଥାନରେ ୨୧ ଟି ପୋଲିସ ଷ୍ଟେସନକୁ ନୋଡାଲ ସେଣ୍ଟର କରାଯାଇଛି। ହିଟ୍ ୱେଭ୍ ପାଇଁ ପରୀକ୍ଷା କେନ୍ଦ୍ରରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଓ ପାଣିର ବ୍ୟବସ୍ଥା ରହିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି।

Also Read  ପ୍ରିକସନ ବା ବୁଷ୍ଟର ଡୋଜର କ’ଣ ରହିଛି ପ୍ରକ୍ରିୟା, ଜାଣନ୍ତୁ......

LEAVE A REPLY

Please enter your comment!
Please enter your name here