ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣା : ଶର୍ମିଷ୍ଠା ରାଉତକୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌

0
1015
crimebrach-team-in-manas-swains-house in-ranpur

ଭୁବନେଶ୍ବର : କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌। ଭଦ୍ରକ ନଳାଙ୍ଗ ଗ୍ରାମରୁ ଶର୍ମିଷ୍ଠାକୁ ଧରିବାରେ ସଫଳ ହେଲା ପୋଲିସ।ଏଥି ସହିତ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଧରିବା ସଫଳ ହୋଇଛି ହୋଇଛି ପୋଲିସ। ପୋଲିସ ଗିରଫ କରିବା ପରେ ଉଭୟଙ୍କୁ ଚାନ୍ଦବାଲି ଜେଏମ୍ଏଫ୍‌ସି କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି। ସେଠାରେ ଉଭୟଙ୍କୁ ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ କ୍ରାଇମ୍‌ବ୍ରାଞ୍ଚ।

ସୂଚନା ମୁତାବିକ, ମାନସଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି । ଏହାପରେ ପ୍ରମାଣ ନଷ୍ଟ କରିଥିଲେ ଶର୍ମିଷ୍ଠା, ନିରଞ୍ଜନଙ୍କ ସହ ଅନ୍ୟମାନେ । ଚାନ୍ଦବାଲି ଥାନା ପୁଲିସ୍‌ ଏମିତି କିଛି ତଥ୍ୟ ଦେବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ୩୬୩ (ଅପହରଣ), ୩୬୪ (ହତ୍ୟା ଉଦ୍ଦେଶ୍ୟରେ ଅପହରଣ), ୩୦୨ (ହତ୍ୟା), ୪୬୫ (ଜାଲିଆତି), ୪୭୧ (ଜାଲ୍‌ ଦଲିଲ୍‌ ବ୍ୟବହାର), ୨୦୧(ପ୍ରମାଣ ନଷ୍ଟ) ଭଳି ଦଫା ଲଗାଇଛି ।ପରେ ଭଦ୍ରକ ପୋଲିସ ଓ କ୍ରାଇମ୍‌ବ୍ରାଞ୍ଚ ଟିମ୍ ମିିଳିତି ଉଦ୍ୟମ ଫଳରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀ ଝୁନାଙ୍କୁ ଗିରଫ କରାଯାଇଛି।

Also Read  କୋରାପୁଟର ଭେଜା ନିକଟରେ ମାଲ୍‌ବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୬ଟି ବଗି