ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ ବିଜେପି କର୍ମୀଙ୍କୁ ଉଠାଇନେଲା ପୁଲିସ

0
590
ବିଜେପି କର୍ମୀଙ୍କୁ ଉଠାଇନେଲା ପୁଲିସ
ବିଜେପି କର୍ମୀଙ୍କୁ ଉଠାଇନେଲା ପୁଲିସ

କଟକ: କଟକର ଯୋବ୍ରା ଓ ଆନନ୍ଦ ଭବନ ଛକରୁ ବିଜେପି କର୍ମୀଙ୍କୁ ଉଠାଇନେଲା ପୁଲିସ। ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ବକ୍ସିବଜାରରେ କଳାପତାକା ପ୍ରଦର୍ଶନ ସହ ବିକ୍ଷୋଭ କରାଯାଇଛି। ବିରୋଧ ପ୍ରଦର୍ଶନ କରୁଥିବା ପ୍ରାୟ ୨୦ ଯୁବ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ପୁଲିସ ଉଠାଇନେଲା ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତରେ ଆସି ସ୍ମାର୍ଟ କାର୍ଡ ବଣ୍ଟନ ସହ ୧୫ ଶହ କୋଟିର ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ଏନେଇ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇ ବିରୋଧ କରାଯାଇଛି। ଯୋବ୍ରା ଓ ଆନନ୍ଦ ଭବନ ଛକ ଠାରେ ବିଜେପି କର୍ମୀ ପ୍ରତିବାଦ କରୁଥିବାବେଳେ ପୁଲିସ ଘଟଣାସ୍ଥଳରୁ ବିଜେପି କର୍ମୀଙ୍କୁ ଉଠାଇନେଇଛି।

କଟକ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ଆଶଙ୍କାରେ କଟକ ନଗର ବିଜେପି ସଭାପତି ଲାଲାଟେନ୍ଦୁ ବଡୁ ଓ ଦଳର ସଂଖ୍ୟାଲଘୁ ରାଜ୍ୟ ସଭାପତି ସିକନ୍ଦର ଅଲ୍ଲିଙ୍କୁ ବି ପୁଲିସ ଅଟକ ରଖିଥିବାର ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବାଲିଯାତ୍ରା ପଡ଼ିଆରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଜି ବିଏସ୍‌କେଓ୍ବାଇ ସ୍ମାର୍ଟ କାର୍ଡ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ କରିବାକୁ ଥିବାବେଳେ ପୁଲିସ ଏବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଯାଇଛି। ମମିତା ମେହେର ମାମଲାରେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଅଣ୍ଡା ମାଡ଼ କରିବାର ଆଶଙ୍କା ରହିଛି। ପୁରୀ ଭଳି ଅଣ୍ଡା ମାଡ଼ ସ୍ଥିତି ଯେଭଳି କଟକରେ ସୃଷ୍ଟି ନହୁଏ, ସେଥିପାଇଁ ସତର୍କ ନଜର ରଖାଯାଇଛି। ଏଥିପାଇଁ ସାରା ବାଲିଯାତ୍ରା ପଡ଼ିଆରେ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ଜଣାପଡ଼ିଛି।

Also Read  LPU Conducted Freshmen Induction Programs for Thousands of Distance and Online Learners