ମୁଖ୍ୟମନ୍ତ୍ରୀ ଘଟଗାଁ ମା ତାରିଣୀଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷାକଲେ

0
89
ମୁଖ୍ୟମନ୍ତ୍ରୀ ଘଟଗାଁ ମା ତାରିଣୀଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷାକଲେ
ମୁଖ୍ୟମନ୍ତ୍ରୀ ଘଟଗାଁ ମା ତାରିଣୀଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷାକଲେ

ମୁଖ୍ୟମନ୍ତ୍ରୀ ଘଟଗାଁ ମା ତାରିଣୀଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷାକଲେ

ଭୁବନେଶ୍ୱର: ଜୁନ ୨୪: ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାପରେ, ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ହେଲିକପ୍ଟର ଯୋଗେ ଘଟଗାଁ ହାଇସ୍କୁଲ ପଡ଼ିଆରେ ଅବତରଣ କରିବା ପରେ, ଏକ ବିରାଟ ଜନପଟୁଆର ମଧ୍ୟରେ ଏକ ରୋଡଶୋ ରେ ଭାଗ ନେଇଥିଲେ I ହଜାର ହଜାର ଜନତା ଓ କର୍ମୀ ରାସ୍ତା ପାର୍ଶ୍ଵରେ ଠିଆହେଇ ପୁଷ୍ପଗୁଛ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ମୋହନ ମାଝୀ ଜିନ୍ଦାବାଦ ସ୍ବରରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ପ୍ରାୟ ଦୀର୍ଘ ୨ଘଣ୍ଟା ପରେ ଘଟଗାଁ ତାରିଣୀଙ୍କ ପରିସରରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ I ମା ତାରିଣୀଙ୍କ ଦର୍ଶନ ସାରି ମୂଖ୍ୟ ମନ୍ତ୍ରୀ ଘଟଗାଁ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ପହଞ୍ଚି ଥିଲେ ସେଠାରେ ଜିଲ୍ଲାର ବରିଷ୍ଠ ବିଜେପି କର୍ମୀ ଓ ବିଭିନ୍ନ ସଂଘର ସଦସ୍ୟ ଘଟଗାଁ ବ୍ଲକର କର୍ମ କର୍ତ୍ତା ତଥା ବହୁ ଲୋକ ମୂଖ୍ୟ ମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଘଟଗାଁ ମାତାରିଣୀ ମନ୍ଦିରକୁ ୫୦ କୋଟିର ଅନୁଦାନ ଦେବାନେଇ ଘୋଷଣା କରିଥିଲେ ଓ ମାତାରିଣୀ ପିଠିକୁ ଜାତୀୟ ସ୍ତରର ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ଦେବାପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ସେ ହେଲିକପ୍ଟର ଯୋଗେ କେନ୍ଦୁଝର ଗ୍ରସ୍ତ କରିଥିଲେ

Also Read  ସ୍ୱାମୀ ଜେଲରେ, ନିଆଁ ଲଗାଇଦେଲେ ଧରମ ଭାଇ