ମୁମ୍ବାଇ ମୁହାଁ ସମନ୍ଥା, ଦକ୍ଷିଣୀ ସିନେମାରୁ ମନ ଛାଡ଼ିଗଲା କି ?

0
413

ମୁମ୍ବାଇ : ପୁୟା ମାୟା ଚେସେଭ, ବ୍ରିନ୍ଦାବନମ, ଦୋକୁଡୁ, ଏକ ଦିୱାନା ଥା, ଜବରଦସ୍ତ, ରାମାୟା ଭାସ୍ତାଭାୟା, ମନମ, ଅଞ୍ଜନ, ସନ୍ ଅଫ୍‌ ସତ୍ୟମୂର୍ତ୍ତି, ବାଙ୍ଗାଲୋର ନାଟକଲ, ୨୪, ବ୍ରହ୍ମୋତ୍ସବମ୍, ମର୍ଶାଲ, ରଙ୍ଗତ୍ସଳମ, ୟୁ ତୁମ, ସୁପର ଡିଲକ୍ସ, ଓଃ ବେବି, ଜାନୁ, ପୁଷ୍ପା: ଦ ରାଇଜ୍‌ ଭଳି ପଚାଶଟି ସିନେମାର ସଫଳ ନାୟିକା ସମନ୍ଥା। ଏବେ କିନ୍ତୁ ନିଜ ଇଣ୍ଡଷ୍ଟ୍ରି ଛାଡ଼ି ସେ ବଲିଉଡ୍‌ ମୁହାଁ ହେଇଛନ୍ତି। ଶୁଣାଯାଉଛି ନିଜ ଦକ୍ଷିଣୀ ସିନେମାରେ ଆଉ ତାଙ୍କର ଆଦର ନାହିଁ। ସମନ୍ଥା ଏବେ ନିଜର ପେଡ଼ିପୁଟୁଳି ଧରି ମୁମ୍ବାଇରେ ଡେରା ପକେଇଛନ୍ତି।

ଏକ ବିଶ୍ବସନୀୟ ସୂତ୍ର ଅନୁସାରେ ସମନ୍ଥା ନିଜ ଇଣ୍ଡଷ୍ଟ୍ରି ଛାଡ଼ି ଏବେ ମୁମ୍ବାଇ ଚାଲିଯାଇଛନ୍ତି। କାରଣ ତେଲୁଗୁ ଇଣ୍ଡଷ୍ଟ୍ରିରେ ସମନ୍ଥାଙ୍କ ପାଇଁ ଅଭିନୟ ସୁଯୋଗ ଏକପ୍ରକାର ଠପ୍ ହେଇଯାଇଛି। ଆଗରୁ କୌଣସି କାମ ଥିଲେ ହୁଏତ ସମନ୍ଥାଙ୍କୁ ହାଇଦ୍ରାବାଦରୁ ମୁମ୍ବାଇ ଯିବାକୁ ପଡ଼ୁଥିଲା। ହେଲେ ଏବେ ସେ ସ୍ବଇଚ୍ଛାରେ ମୁମ୍ବାଇ ଯାଇଛନ୍ତି। ଏମିତିରେ ତ ଅଭିନୟ ପାଇଁ ତମନ୍ନା ଭାଟିଆ ଓ କାଜଲ୍‌ ଅଗ୍ରୱାଲ୍‌ଙ୍କୁ ବଲିଉଡ୍‌ରେ ଦେଖିବାକୁ ମିଳିଥିଲା। ହେଲେ ସମନ୍ଥା ମୁମ୍ବାଇ ମୁହାଁ କାହିଁକି? କେବଳ ଅଭିନୟ ନିଶାରେ ନୁହେଁ, ବିଲକୁଲ ମୁମ୍ବାଇରେ ଘର କରି ରହିବାର ନିଷ୍ପତ୍ତି ନେଇଛନ୍ତି ସେ। ସେଠାରେ ଜାଗା କିଣି ସେ ଘର କରିବାର ଯୋଜନା ବି କରିସାରିଲେଣି। ଏହା ଭିତରେ ସ୍ବାମୀ ତଥା ପରିଚିତ ଅଭିନେତା ନାଗା ଚୈତନ୍ୟଙ୍କୁ ବି ସେ ଛାଡ଼ପତ୍ର ଦେଇସାରିଛନ୍ତି। କେତେକ କହୁଛନ୍ତି ସମନ୍ଥାଙ୍କ ମୁଣ୍ଡ ବିଗିଡ଼ିଯାଇଛି କି?

Also Read  ଓଡ଼ିଶାରେ ୩୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ