ଜାନୁଆରୀ ୧୯
ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ ଉତ୍ତରପ୍ରଦେଶର ପ୍ରଥମ ପର୍ଯ୍ୟାୟ ମତଦାନର ତିନି ସପ୍ତାହ ପୂର୍ବରୁ ବିଜେପିରେ ଯୋଗ ଦେଇଛନ୍ତି।
ସେ ପାର୍ଟି ମୁଖ୍ୟାଳୟରେ ଉତ୍ତରପ୍ରଦେଶ ରାଜ୍ୟ ୟୁନିଟ୍ ର ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ଉପସ୍ଥିତି ରେ ବିଜେପିରେ ଯୋଗ ଦେଇଛନ୍ତି। ଦଳରେ ଅପର୍ଣ୍ଣା ଙ୍କୁ ସ୍ୱାଗତ କରି ରାଜ୍ୟ ବିଜେପି ସଭାପତି କହିଛନ୍ତି, ମୁଲାୟମ ଙ୍କ ବୋହୁ ଏବେ ଦଳ କୁ ମଜଭୁତ କରିବା ପାଇଁ କାର୍ଯ୍ୟ କରିବେ I
ଉପ ମୁଖ୍ୟମନ୍ତ୍ରୀ ମୌର୍ଯ୍ୟ କହିଛନ୍ତି, ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ପରିବାର ପରିଚାଳନା ରେ ମଧ୍ୟ ସଫଳ ହେଇନାହାନ୍ତି I ଅତୀତ ରେ ସେ ମୁଖ୍ୟମନ୍ତ୍ରୀ ଏବଂ ସାଂସଦ ଭାବରେ ମଧ୍ୟ ସଫଳ ହେଇ ନ ଥିଲେ I
ଅନ୍ୟ ପକ୍ଷରେ, ବିଜେପିରେ ଯୋଗଦେବାକୁ ସୁଯୋଗ ଦେଇଥିବାରୁ ଅପର୍ଣ୍ଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଇଛନ୍ତି।
“ମୁଁ ସର୍ବଦା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଭାବିତ ଏବଂ ସ୍ୱଚ୍ଛ ଭାରତ ମିଶନ ଓ ମହିଳା ସଶକ୍ତିକରଣ ପାଇଁ କରାଯାଇଥିବା କାର୍ଯ୍ୟ ମୋ ଉପରେ ଖୁବ ପ୍ରଭାବ ପକାଇ ପାରିଛି I ମୋ ପାଇଁ ରାଷ୍ଟ୍ର ପ୍ରାଥମିକତା ଅଟେ ଏବଂ ବର୍ତ୍ତମାନ ରାଷ୍ଟ୍ର ନିର୍ମାଣ ପଥରେ ମୁଁ ମୋ ଯାତ୍ରା ଆରମ୍ଭ କରିଛି” ବୋଲି ଅପର୍ଣ୍ଣା କହିଛନ୍ତି।
ମୁଲାୟମ ସିଂ ଯାଦବଙ୍କ ପୁଅ ପ୍ରତୀକ ଯାଦବଙ୍କ ପତ୍ନୀ ଅପର୍ଣ୍ଣା Lucknow Cantt ସିଟ ରୁ ଲଢ଼ିବା ପାଇଁ ଚାହୁଁଛନ୍ତି I ସେ ୨୦୧୭ ମସିହା ରେ ବିଜେପି ର ରୀତା ବହୁଗୁଣା ଯୋଶୀଙ୍କ ବିରୋଧରେ ନିର୍ବାଚନ ଲଢ଼ି ବିଫଳ ହୋଇଥିଲେ।
ଫେବୃଆରୀ ୧୦ ରୁ ଫେବୃଆରୀ-ମାର୍ଚ୍ଚ ମଧ୍ୟରେ ସାତୋଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।