ମ୍ୟୁଜିୟମରେ ରହିବ ବାପି ଦାଙ୍କ ସୁନା ଅଳଙ୍କାର, ପରିବାର ନେଲେ ନିଷ୍ପତ୍ତି

0
481

ନୂଆଦିଲ୍ଲୀ : କିମ୍ବଦନ୍ତୀ ଗାୟକ ତଥା ମ୍ୟୁଜିକ୍ କମ୍ପୋଜର୍ ବାପି ଲାହିରିଙ୍କ ଚଳିତ ବର୍ଷ ଫେବୃଆରୀରେ ଦେହାନ୍ତ ହୋଇଥିଲା। ବାପି ଦା ତାଙ୍କ ସ୍ୱର ବ୍ୟତୀତ ସବୁବେଳେ ପିନ୍ଧୁଥିବା ସୁନା ଚେନ୍ ପାଇଁ ମଧ୍ୟ ଜଣାଶୁଣା। ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଥିବ ଯେ ଗାୟକଙ୍କ ବିୟୋଗ ପରେ ତାଙ୍କ ସୁନା ଅଳଙ୍କାର ସବୁକୁ କଣ କରାଯିବ। ଏହାକୁ ନେଇ ତାଙ୍କ ପରିବାର ସଦସ୍ୟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଯାହା ବାପି ଦାଙ୍କ ପୁଅ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଛନ୍ତି। ଏକ ଇଣ୍ଟରଭ୍ୟୁରେ ବପ୍ପା ଲାହିରି କହିଛନ୍ତି, ତାଙ୍କ ବାପା ବିଶ୍ୱର ବିଭିନ୍ନ ଦେଶ ତଥା ସହରରୁ ସୁନା ସଂଗ୍ରହ କରିଥିଲେ।

ଏଥିରେ ହଲିଉଡର ଭାଟିକାନ୍ ସିଟି ମଧ୍ୟ ଅନ୍ତର୍ଭୁକ୍ତ। ସୁନା ତାଙ୍କ ବାପାଙ୍କ ପାଇଁ କେବଳ ଫ୍ୟାଶନ୍ ଷ୍ଟାଟସ୍ ନୁହେଁ, ସେ ଏହାକୁ ଆଧ୍ୟାତ୍ମିକ ଭାବରେ ଦେଖୁଥିଲେ। ସେ ଆହୁରି କହିଛନ୍ତି, ଆମେ ଚାହୁଁ ଲୋକମାନେ ସେମାନଙ୍କର ତାଙ୍କର ଜିନିଷକୁ ଦେଖି ପାରନ୍ତୁ, ତେଣୁ ଆମେ ଏହାକୁ କୌଣସି ମ୍ୟୁଜିୟମରେ ରଖିବୁ। ତାଙ୍କ ପାଖରେ ଜୋତା, ଚଷମା, କ୍ୟାପ୍, ଘଣ୍ଟା ଏବଂ ଅଳଙ୍କାରର ସମ୍ପୂର୍ଣ୍ଣ କଲେକ୍ସନ୍ ଥିଲା। ଯାହାକୁ ସେ ବହୁତ ଭଲ ପାଉଥିଲେ ଏବଂ ଏକ ଶୋକେସରେ ରଖୁଥିଲେ।

Also Read  ଚକଲେଟ ଖାଇବା ସ୍ୱାସ୍ଥ୍ୟ ପ୍ରତି କେତେ ଲାଭଦାୟକ ? ଆସନ୍ତୁ ଜାଣିବା....

LEAVE A REPLY

Please enter your comment!
Please enter your name here