ଯାହା ବି କର , ଜ୍ଞାନବାପୀ ମସଜିଦ୍‌‌ ହିଁ ରହିବ ; ଭିଡ଼ିଓ ଲିକ୍‌ରେ ବର୍ଷିଲେ ଅସଦୁଦ୍ଦିନ ଓୱେସୀ

0
554

ଲକ୍ଷ୍ନୌ : ଜ୍ଞାନବ୍ୟାପୀ ମସଜିଦ୍‌କୁ ଚାରିଆଡ଼େ ଆଲୋଚନା । ଏବେ ଏହାର ସର୍ଭେର ଭିଡ଼ିଓ ଲିକ୍‌ ହେବାକୁ ନେଇ ଏମଆଇଏମଆଇଏମ୍‌ ଚିଫ୍‌ ଅସଦୁଦ୍ଦିନ ଓୱେସୀ ଆପତ୍ତି ଜଣାଇଛନ୍ତି। ସେ ଏହାକୁ କୋର୍ଟଙ୍କର ଆଦେଶର ଅବମାନନା ବୋଲି ଦର୍ଶାଇ କହିଛନ୍ତି , ଭିଡ଼ିଓଟି ନକଲି ହୋଇପାରେ। ଏହାସହ ସାଂସଦ କହିଛନ୍ତି ଯଦିବା ଏହି ଭିଡ଼ିଓଟି ସତ , ତାହେଲେ ବି ଜ୍ଞାନବ୍ୟାପୀ ମସଜିଦ ଥିଲା ,ଅଛି ଆଉ ରହିବ।

ଅସଦୁଦ୍ଦିନ ଓୱେସୀ ମଙ୍ଗଳବାର ପ୍ରେସ୍‌ କନଫ୍ରେନ୍ସରେ କହିଥିଲେ , ଯେଉଁ ଭିଡ଼ିଓ ମିଡ଼ିଆରେ (ଭିଡ଼ିଓ) ଚଲା ଯାଉଛି , ସେ ବହୁତ ବଡ଼ ଭୁଲ୍‌ କରୁଛନ୍ତି। ସୁପ୍ରିମକୋର୍ଟରେ ତ ବିଚାରପତିମାନେ କହିଥିଲେ କି, ମିଡ଼ିଆ ଏହାକୁ ଚଲାଇବା ଉଚିତ ନୁହେଁ । ଏହି ସିଲେକ୍ଟିଭିଲି କିଏ ଦେଉଛି । ଆପଣ ଲିକ୍‌ କରିଦିଅନ୍ତୁ , କିଛି ବି କର। ୧୯୯୧ର ଆକ୍ଟ ଅଛି। ଆକ୍ଟ ମୁତାବିକ ୧୯୪୭ରେ ମସଜିଦ୍‌ ଥିଲା , ମସଜିଦ୍‌ ଅଛି ଏବଂ ରହିବ । ସେ କଂଗ୍ରେସ ପାର୍ଟି ଉପରେ ମଧ୍ୟ ପ୍ରଶ୍ନ ଉଠେଇଛନ୍ତି ଏବଂ ପଚାରିଛନ୍ତି କି ପାର୍ଟି କାହିଁକି ଚୁପ୍ ରହିଛି ।

ଓୱେସି ପୁଣି କହିଛନ୍ତି , ସବୁଠୁ ପ୍ରମୁଖ କଥା ଏହା କି କଂଗ୍ରେସ ପାର୍ଟି ଯାହା ମୋ ଉପରେ ଅଭିଯୋଗ ଲଗାଉଛି , ମୂକ ହୋଇ କାହିଁକି ବସିଛି । ଆପଣଙ୍କର ହିଁ ସରକାର ଏହି ଆଇନ୍‌ ତିଆରି କରିଥିଲା।

Also Read  ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ, ସୁନାମି ଆଲର୍ଟ ଜାରି

LEAVE A REPLY

Please enter your comment!
Please enter your name here