ଯୁବକଙ୍କୁ ବଳି ସନ୍ଦେହ : ମଠର ମହନ୍ତଙ୍କୁ ନିର୍ଦ୍ଧୁମ ଛେଚିଲେ ଉତ୍ୟକ୍ତ ଲୋକ

0
1080
ଯୁବକଙ୍କୁ ବଳି ସନ୍ଦେହ
ଯୁବକଙ୍କୁ ବଳି ସନ୍ଦେହ

ଢେଙ୍କାନାଳ : ଢେଙ୍କାନାଳ ଭୁବନରେ ଥିବା ଏକ ମଠର ମହନ୍ତ ଜଣେ ଯୁବକଙ୍କୁ ବଳି ଦେଇଥିବା ସନ୍ଦେହ ସୃଷ୍ଟି ହୋଇଛି । ଚୈତନ୍ୟ ଗୋସାଇଁଙ୍କ ମଠ ପରିସରରେ ଏଭଳି ଘଟଣା ଘଟିଛି । ପୁଲିସ ଏକ ଟାଙ୍ଗିଆ ଜବତ କରିବା ସହିତ ମଠର ମହନ୍ତଙ୍କୁ ଅଟକ ରଖି ଜେରା କରୁଛି ।

ଏଭଳି ବିଭତ୍ସ ହତ୍ୟାକାଣ୍ଡ ପରେ ପୁଲିସ ଉପସ୍ଥିତିରେ ଉତ୍ୟକ୍ତ ଲୋକ ମହନ୍ତଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ । ମୃତଦେହ ନିକଟରୁ ଏକ ବାଇକ ଓ ରକ୍ତ ଲଗା ପଥର ଖଣ୍ଡ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଉକ୍ତ ଯୁବକକୁ ବଳି ଦେଇଥିବା ସନ୍ଦେହରେ ମହନ୍ତ ବାବା ଦଶ ରଥର ଘର ଭଙ୍ଗାରୁଜା କରିଥିବା ଜଣାପଡ଼ିଛି ।

ଘଟଣାରେ ଗଁଦିଆ ପୁଲିସର ଛାନ୍‌ଭିନ୍‌ ଜାରି ରଖିଛି । ମୃତ ଯୁବକ ହେଲେ ଭୁବନ ବିଜ୍ଞାପିତ ପରିଷଦ ବାଜି ଛକର ଉଦ୍ଧବ ପାତ୍ର । ଉଦ୍ଧବ ବୁଲି ବୁଲି ଲୁହା ଟିଣ ଆଦି କିଣି କବାଡିରେ ବିକ୍ରି କରିଥାନ୍ତି । କିନ୍ତୁ କିପରି ତାଙ୍କର ମୃତ୍ୟୁ ଘଟିଲା, କିଏ ତାଙ୍କୁ ହତ୍ୟା କଲା ? ତେବେ ତାଙ୍କ ହତ୍ୟା ପଛର କାରଣ କଣ ? ସେନେଇ ଛାନ୍‌ଭିନ୍‌ କରୁଛି ପୋଲିସ । ସେପଟେ ହତ୍ୟାକାରୀଙ୍କୁ ଗିରଫ ଏବଂ ପରିବାରକୁ ନ୍ୟାୟ ପାଇଁ ଦାବି କରିଛନ୍ତି ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ।

Also Read  Odisha reports 467 new Covid cases; 243 from Khurda District

LEAVE A REPLY

Please enter your comment!
Please enter your name here