ଭୁବନେଶ୍ୱର : ବିଧାନସଭା ଶୀତ ଅଧବେଶନ ଚାଲିଥିବା ବେଳେ ବିଧାନସଭା ଚାରିପଟୁ ରାସ୍ତା ସିଲ କରାଯାଇଛି । ତେବେ ରବିନ୍ଦ୍ର ମଣ୍ଡପ ପଛପଟ ରାସ୍ତା ଦେଇ ଗାଡ଼ିମୋଟର ଯାତାୟତ କରୁଥିଲା । ତେବେ ସେହି ରାସ୍ତା କଡ଼ରେ ଉଠାଦୋକାନୀ ଏବଂ କିଛି ସ୍ଥାୟୀ ହୋଟେଲ ଓ ଗାଙ୍ଗୁରାମ ଦୋକାନ ଫୁଟପାଥକୁ ମଡ଼ାଇ ସେଡ୍ କରିବାରୁ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଉଥିଲା । ଆଜି ବିଡିଏ, ବିଏମସିର ମିଳିତ ସ୍କ୍ୱାଡ୍ ପକ୍ଷରୁ ସେସବୁ ଜବରଦଖଲ ଉଚ୍ଛେଦ କରାଯାଇଛି ।
ବିଏମସି ଆସିଷ୍ଟାଣ୍ଟ କମିଶନର ଲିଲନ ପ୍ରସାଦ ସାହୁଙ୍କ ନେତୃତ୍ୱରେ ବିଏମସି ଓ ବିଡିଏର ଏନଫୋର୍ସମଣ୍ଟେ ଟିମ ଏହି ଉଚ୍ଛେଦ କରିଥିଲା । ୟୁନିଟି-୪ ସ୍ଥିତି ମସଜିଦ ଛକରୁ ଉତ୍କଳ ମଣ୍ଡପ ପଛପାଶ୍ୱର୍ ରାସ୍ତାରେ ମାଳ ମାଳ ଉଠା ଦୋକାନଗୁଡ଼ିକ ସ୍ଥାୟୀ ଭାବେ ବାଉଁଶ ପୋତି ସେଡ କରିଥିଲେ । କେବେଳ ସେତିକି ନୁହେଁ କିଛି ସ୍ଥାୟୀ ହୋଟେଲ ଓ ଗାଙ୍ଗୁରାମ ମଧ୍ୟ ନିଜ ଜାଗା ସହିତ ସମ୍ମୁଖରେ ଥିବା ଫୁଟପାଥକୁ ମଡ଼ାଇ ଅସ୍ଥାୟୀ ଭାବେ ସେଡ ତିଆରି କରିଥିଲେ । ଫଳରେ ଅଫିସ ସମୟ ଅର୍ଥାତ ୯ଟା ଏବଂ ଅପରାହ୍ଣ ୪ଟାରେ ଟ୍ରାଫିକ ସମସ୍ୟା ଉପୁଜୁଥିଲା । ଏହା ସହିତ ବିଧାନସଭା ଶୀତ ଅଧିବେଶନ ପାଇଁ କମିଶନରେଟ ପୋଲସି ପକ୍ଷରୁ ଟ୍ରାଫିକ କଟକଣା ଲଗାଯାଇଛି । ଯେଉଁ ବ୍ୟକ୍ତିମାନେ ଟ୍ରାଫିକ କଟକଣା ମାନି ରବିନ୍ଦ୍ର ମଣ୍ଡପ ପଛପଟ ଦେଇ ଆସିଲେ ଭିଡ଼ ଯୋଗୁ ଘଣ୍ଟା ଘଣ୍ଟା ଧରି ଫସିରହୁଥିଲେ । ତେଣୁ ଆଜି ମିଳିତ ଉଚ୍ଛେଦକାରୀ ଦଳ ସେସବୁ ଦୋକାନ ଗୁଡ଼ିକୁ ହଟାଇବା ସହିତ ତାଗିଦ କରିଛି ।