ରାଜଧାନୀରୁ ୭ ଲକ୍ଷ ଜାଲ ନୋଟ ଜବତ

0
288
Police Seize Fake Currency Notes From Odisha's Capital City
Police Seize Fake Currency Notes From Odisha's Capital City

ଭୁବନେଶ୍ୱର : ଭୁବନେଶ୍ୱରରୁ ୭ ଲକ୍ଷର ନକଲି ନୋଟ୍ ଜବତ ହୋଇଛି । ନକଲି ନୋଟ୍ ଜବତ କରିଛି ଖାରବେଳ ନଗର ଥାନା ପୋଲିସ୍ । ଏହି ଜାଲ ନୋଟ୍ ପ୍ରିଣ୍ଟ ମେସିନ ଜବତ ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍ । ସେମାନେ ହେଲେ ଗଞ୍ଜାମ ଜିଲ୍ଲାର ସତ୍ୟ ନାରାୟଣ ପୃଷ୍ଟି ଓ ଭୋଲା ପ୍ରଧାନ ।

ସତ୍ୟ ନାରାୟଣ କୋଚିଂ ସେଣ୍ଟର କରି ଚଳୁଥିବା ବେଳେ ଚାକିରି ନାଁରେ ଯୁବକଯୁବତୀଙ୍କୁ ଠକୁଥିଲେ। ସେ ୨୦୨୦ ମସିହାରୁ ଏହି କାମ କରି ଆସୁଥିବା ବେଳେ ଧରା ପଡ଼ି ନ ଥିଲେ। ହେଲେ କିଛି ଦିନ ପୂର୍ବେ ସେ ଭୁଲା ପ୍ରଧାନ ନାମକ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ। ଭୁଲା  ଆନ୍ଧ୍ରପ୍ରଦେଶରେ ରହି ଜାଲ ନୋଟ କରିବା କିଛି କିଛି ଶିଖିଥିଲା। ଏହାପରେ ୟୁଟ୍ୟୁବ, ଗୁଗଲରୁ ଆହୁରି ଅଧିକ ଶିଖିଥିଲା।

ଏହାପରେ ଉଭୟ ସତ୍ୟ ନାରାୟଣ ଓ ଭୁଲା ଜାଲ ନୋଟ କାରବାର କରିବାକୁ ଜାଲ ବିଛାଇଲେ। ସେମାନେ ପ୍ରିଣ୍ଟର, କଲର, ପେପର ଆଜି ସରଞ୍ଜାମ କିଣି ଜାଲ ନୋଟ ଛାପିଲେ। ପ୍ରଥମେ ୨ ଶହ ଟଙ୍କିଆ ନୋଟ ଛାପୁଥିବା ବେଳେ କିଛି ଦିନ ପରେ   ୫ ଶହ ଓ ୨ ହଜାର ଟଙ୍କିଆ ନୋଟ ଛାପିବାକୁ ଯୋଜନା କରିଥିଲେ। ହେଲେ ଏହା ପୂର୍ବରୁ ଉଭୟ କମିଶନରେଟ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି।

Also Read  ଆଜି କାରଗିଲ୍ ବିଜୟ ଦିବସ; ବୀର ଯବାନଙ୍କ ଅଦମ୍ୟ ସାହାସ ଓ ବଳିଦାନକୁ ଝୁରୁଛି ସାରା ଦେଶ

LEAVE A REPLY

Please enter your comment!
Please enter your name here