ରାଜଧାନୀ ପ୍ରତିଷ୍ଠା ଦିବସ, ସାଂସଦ ଅପରାଜିତାଙ୍କୁ ନାହିଁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ

0
207

ଭୁବନେଶ୍ୱର: ଆଜି ରାଜଧାନୀର 74 ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଯାଉଛି। ଏହିସବୁ କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧିଙ୍କ ନାଁ ଅତିଥି ତାଲିକାରେ ରହିଛି । କିନ୍ତୁ ରାଜ୍ୟ ସରକାର ଭୁବନେଶ୍ୱର ସାଂସଦଙ୍କ ନାଁକୁ ଏଥିରୁ ବାଦ୍ ଦେଇଛନ୍ତି। ରାଜଧାନୀ ପ୍ରତିଷ୍ଠା ଦିବସ ଯାହାର ନିମନ୍ତ୍ରଣ ପତ୍ର “ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାର” ଦ୍ୱାରା ପ୍ରସ୍ତୁତ କରାଯାଇଛି ଯେଉଁଥିରେ ରାଜଧାନୀ ଭୁବନେଶ୍ୱରର ମାନନୀୟା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ନାହିଁ। ଏହାକୁ ନେଇ ସାଂସଦ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏପରି ହେବା କେବଳ ନିୟମ ବହିର୍ଭୁତ ଏବଂ ଅଗଣତନ୍ତ୍ରିକ ବିଷୟ ତାହା ନୁହେଁ ବରଂ ଅତ୍ୟନ୍ତ ଦୁଃଖ ଏବଂ ପରୀତାପ ତଥା ନିନ୍ଦନୀୟ ବିଷୟ ବୋଲି ସାଂସଦଙ୍କ ଅଫିସ କହିଛି । କେଉଁ କାରଣ ପାଇଁ ପ୍ରତିଷ୍ଠା ଦିବସରେ ସାଂସଦଙ୍କୁ କାହିଁକି ନିମନ୍ତ୍ରଣ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ରାଜନୈତିକ ବ୍ୟବସ୍ଥା ସରକାରୀ ଆଇନ କାନୁନ, ଶାସନ ଏବଂ ପ୍ରଶାସନ ଠାରୁ ଉର୍ଦ୍ଧରେ କି ବୋଲି ପ୍ରଶ୍ୱ କରିଛନ୍ତି । ଜନ ସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କୁ ସରକାରଙ୍କ ଏପରି ଆଚରଣ ଏବଂ ମନୋଭାବ ସୁସ୍ଥ ସମାଜ ପାଇଁ ଶୁଭଙ୍କର କି ବୋଲି ସାଂସଦଙ୍କ ଅଫିସ ପ୍ରଶ୍ନ କରିଛି ।

ଉଲ୍ଲେଖଯୋଗ୍ୟ, ନିକଟରେ ଝାରପଡା ହାଟକୁ ବେଆଇନ କହି ବିଏମସି ଭାଙ୍ଗି ଦେଇଛି । ଏହାକୁ ନେଇ ରାଜ୍ୟ ସରକାର ତଥା ବିଏମସି ଉପରେ ବର୍ଷିଥିଲେ ସାଂସଦ ଅପରାଜିତା । ସେହିପରି ବିରୋଧୀ ଦଳର ନେତାଙ୍କ ମଧ୍ୟରେ ସାଂସଦ ଷଡଙ୍ଗୀ ଶାସକ ଦଳ ବିଜେଡିର ଜଣେ ଘୋର ବିରୋଧୀ ।

Also Read  କାଦମ୍ବିନୀ ଓ କୁନିକଥା ୨୦୨୨ ମେ ସଂଖ୍ୟା ଉନ୍ମୋଚିତ

LEAVE A REPLY

Please enter your comment!
Please enter your name here