ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଆଜୀବନ ସଜ୍ଜା ଭୋଗୁଥିବା ଏ.ଜି. ପେରାରୀବଲନ୍‌ଙ୍କୁ ମୁକ୍ତ କରିବାଲାଗି ଆଦେଶ ଦେଲେ ସୁପ୍ରିମ୍‌ କୋର୍ଟ

0
706

ନୂଆଦିଲ୍ଲୀ: ସମ୍ବିଧାନର ଧାରା ୧୪୨ରେ ଥିବା କ୍ଷମତା ପ୍ରୟୋଗ କରି ଆଜି ସୁପ୍ରିମ୍‌ କ‌ୋର୍ଟ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏ. ଜି. ପେରାରୀବଲନ୍‌ଙ୍କୁ ମୁକ୍ତ କରିବା ଲାଗି ଆଦେଶ ଦେଇଛନ୍ତି। ତାଙ୍କର ଦଣ୍ଡାଦେଶ କାଟ କରିବା ଲାଗି ୨୦୧୮ରେ ତାମିଲନାଡୁ ସରକାର ସୁପାରିସ କରିଥିବା ସତ୍ତ୍ବେ ମୁକ୍ତିରେ ବିଳମ୍ବ ହେବାରୁ କାରାଗାରରେ ୩୦ ବ‌ର୍ଷରୁ ଊର୍ଦ୍ଧ୍ବ କାଳ ସଜ୍ଜା ଭୋଗି ସାରିଥିବା ପେରାରୀବଲନ୍‌ ସୁପ୍ରିମ୍‌ କୋର୍ଟରେ ନିବେଦନ କରିଥିଲେ।

ରାଷ୍ଟ୍ରପତି ଅଥବା ରାଜ୍ୟପାଳ- ଦୁହିଁଙ୍କ ମଧ୍ୟରୁ ଦଣ୍ଡାଦେଶ କାଟ କରାଇବାରେ କିଏ ଉପଯୁକ୍ତ କର୍ତ୍ତୃପକ୍ଷ? ଏଥିପାଇଁ ଉକ୍ତ ମାମଲାରେ ନ୍ୟାୟିକ ବିବାଦ ଦେଖା ଦେଇଥିଲା। ବିଚରପତି ଏଲ୍‌. ନାଗେଶ୍ବର ରାଓ ଏବଂ ବି. ଆର୍‌. ଗାୱାଇଙ୍କୁ ନେଇ ଗଠିତ ଖଣ୍ଡପୀଠ କହି‌ଛନ୍ତି ଯେ, ପ୍ରାସଙ୍ଗିକ ବିଚାରବିବେଚନା ପ୍ରତି ଧ୍ୟାନ ଦେଇ ପେରାରୀବଲନ୍‌ଙ୍କ ଦଣ୍ଡାଦେଶ କାଟ ନିମନ୍ତେ ତାମିଲ୍‌ନାଡୁ ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଥିଲେ। ସମ୍ବିଧାନର ଧାରା ୧୬୧ରେ ଥିବା କ୍ଷମତା ପ୍ରୟୋଗ କରିବାରେ ତାମିଲନାଡୁର ରାଜ୍ୟପାଳ ଅକାରଣରେ କାହିଁକି ବିଳମ୍ବ କଲେ ତାହା ନ୍ୟାୟିକ ସମୀକ୍ଷା ପର୍ଯ୍ୟାୟଭୁକ୍ତ।

ଏହା ବ୍ୟତିରେକେ, ଭାରତୀୟ ପିଙ୍ଗଳ କୋଡ୍‌ର ସେକ୍ସନ୍‌ ୩୦୨ ଅନୁସାରେ ଦଣ୍ଡାଦେଶ କାଟ ନିମନ୍ତେ କେବଳ ରାଷ୍ଟ୍ରପତିଙ୍କର ବିଶେଷ କ୍ଷମତା ଥିବା ବେଳେ ସମ୍ବିଧାନର ଧାରା ୧୬୧ରେ ଥିବା କ୍ଷମତାର କୌଣସି ମୂଲ୍ୟ ନାହିଁ ବୋଲି କେନ୍ଦ୍ର ସରକାର କରିଥିବା ନିବେଦନକୁ ସୁପ୍ରିମ୍‌ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।
ନରହତ୍ୟା ମାମଲାରେ କ୍ଷମା/ ଦଣ୍ଡାଦେଶ କାଟ ନିମନ୍ତେ ରାଜ୍ୟପାଳଙ୍କୁ ପରାମର୍ଶ ଦେବା ନିମନ୍ତେ ରାଜ୍ୟ ସରକାରଙ୍କ କ୍ଷମତାଭୁକ୍ତ ବୋଲି ଖଣ୍ଡପୀଠ ବିଚାର କରି ଦେଖିଥିଲେ।

Also Read  ୟୁକ୍ରେନ-ରୁଷିଆ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା : ସଫଳ ହେବ କି ଉଦ୍ୟମ?