ଭୁବନେଶ୍ୱର: ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍। ଦୈନିକ ସଂକ୍ରମଣ ହ୍ରାସ ପାଇଛି। ୧ଶହ ତଳକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୬ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୮ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୧୯୩କୁ ବୃଦ୍ଧି ପାଇଥିବା ବେଳେ ୧୨୭୭୪୨୪ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୬୦୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
Covid-19 Report For 20th March
New Positive Cases: 40
Of which 0-18 years: 8
In quarantine: 24
Local contacts: 16(Details of local contacts will be shared by concerned District)
1. Angul: 1
2. Balasore: 1
3. Bargarh: 1
4. Boudh: 3
5. Gajapati: 9
6. Ganjam: 1
7. Jajpur: 7— I & PR Department, Odisha (@IPR_Odisha) March 21, 2022
8. Kendrapada: 1
9. Khurda: 4
10. Koraput: 6
11. Mayurbhanj: 4
12. Sambalpur: 1
13. State Pool: 1New recoveries: 67
Cumulative tested: 30222368
Positive: 1287193
Recovered: 1277424
Active cases: 600— I & PR Department, Odisha (@IPR_Odisha) March 21, 2022