ପଞ୍ଚାୟତ ନିର୍ବାଚନ : ରାଜନୈତିକ ଦଳ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ ଆୟୋଗ

0
260
Odisha SEC Revises Expenditure Limit Ahead Of Urban Poll
Odisha SEC Revises Expenditure Limit Ahead Of Urban Poll

ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ ଆୟୋଗ । ଆଜି ଦିନ ୧୧ଟା ୩୦ରେ ଗୀତଗୋବନ୍ଦ ସଦନରେ ସର୍ବଦଳୀୟ ବୈଠକ ବସିବ । କୋଭିଡ କଚଟକଣା ଦୃଷ୍ଟିକୋଣରୁ ପ୍ରତ୍ୟେକ ଦଳରୁ ଜଣେ ଲେଖାଏଁ ପ୍ରତିନିଧି ବୈଠକରେ ଯୋଗଦେବେ ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜନୈତିକ ଦଳ ଗୁଡ଼ିକର ଭୂମିକା, ସେମାନଙ୍କ ପ୍ରସ୍ତାବ, ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ ଏବଂ ବିଶେଷକରି କୋଭିଡ ସଂକ୍ରମଣର ବୃଦ୍ଧି ଯୋଗୁଁ ନିର୍ବାଚନ ପ୍ରଚାର ସମ୍ପର୍କରେ ବୈଠକରେ ଆଲୋଚନା ହେବ । ପୂର୍ବରୁ ରାଜ୍ୟ ନିର୍ବାଚନ ଆୟୋଗ କୋଭିଡ ସ୍ଥିତି ସଂପର୍କରେ ସରକାରଙ୍କ ସହ ଆଲୋଚନା କରିଛନ୍ତି । ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜିର ବୈଠକକୁ ଅନେକ ଗୁରୁତ୍ୱ ଦିଆଯାଉଛି ।

 

Also Read  Pami Mishra Files Copyright Violation Complaint

LEAVE A REPLY

Please enter your comment!
Please enter your name here