ରାଜ୍ୟରେ କମୁଛି କରୋନା ସଂକ୍ରମଣ : ୮ ହଜାର ୮୪୫ ଆକ୍ରାନ୍ତ

0
383
କମିଲା କରୋନା
କମିଲା କରୋନା

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ରାଜ୍ୟରେ ୨୪ ଘଣ୍ଟାରେ ୮ ହଜାର ୮୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ ହଜାର ୧୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ ହଜାର ୭୧୭ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ୦ ରୁ ୧୮ ବର୍ଷ ମଧ୍ୟରେ ୯୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୩୯୦ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨ ହଜାର ୫୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୬୦, ବାଲେଶ୍ୱରରୁ ୨୯୦, ବରଗଡ଼ରୁ ୧୪୧, ଭଦ୍ରକରୁ ୧୧୭, ବଲାଙ୍ଗୀରରୁ ୨୩୨, ବୌଦ୍ଧରୁ ୯୩, କଟକରୁ ୬୨୮, ଦେଓଗଡ଼ରୁ ୫୫, ଢେଙ୍କାନାଳରୁ ୧୦୦, ଗଜପତିରୁ ୯୨, ଗଞ୍ଜାମରୁ ୫୩, ଜଗତସିଂହପୁରରୁ ୧୮୦, ଯାଜପୁରରୁ ୨୦୯, ଝାରସୁଗୁଡ଼ାରୁ ୧୪୪, କଳାହାଣ୍ଡିରୁ ୨୩୯, କନ୍ଧମାଳରୁ ୧୦୯, କେନ୍ଦ୍ରାପଡ଼ାରୁ ୯୨, କେନ୍ଦୁଝରରୁ ୧୧୦, କୋରାପୁଟରୁ ୨୦୩, ମାଲକାନଗିରିରୁ ୫୦, ମୟୁରଭଞ୍ଜରୁ ୧୫୨, ନବରଙ୍ଗପୁରରୁ ୧୮୭, ନୟାଗଡ଼ରୁ ୧୯୪, ନୂଆପଡ଼ାରୁ ୨୦୫, ପୁରୀରୁ ୧୬୫, ରାୟଗଡ଼ାରୁ ୨୨୧, ସମ୍ବଲପୁରରୁ ୧୮୧, ସୋନପୁରରୁ ୨୦୭, ସୁନ୍ଦରଗଡ଼ରୁ ୧୦୦୧ ଓ ଷ୍ଟେଟ ପୁଲରୁ ୫୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୯୬,୧୪୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୯୯, ୪୨୩ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୮୮, ୧୫୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଗତକାଲି ୯,୮୩୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜାନୁଆରି ୨୦ ତାରିଖରେ ୧୦,୩୬୮ଜଣ, ଜାନୁଆରି ୧୯ ତାରିଖରେ ୧୧,୬୦୭ ଜଣ, ଜାନୁଆରି ୧୮ରେ ୧୧,୦୮୬, ଜାନୁଆରି ୧୭ରେ ୧୦,୪୮୯, ୧୬ ତାରିଖରେ ୧୧,୧୭୭, ୧୫ ତାରିଖରେ ୧୦,୮୫୬, ଜାନୁଆରି ୧୪ରେ ୧୦,୨୭୩ , ଜାନୁଆରି ୧୩ରେ ୧୦,୦୫୯ ଜଣ, ଜାନୁଆରି ୧୨ରେ ୮୭୭୮, ୧୧ରେ ୭୦୭୧, ୧୦ରେ ୪୮୨୯, ଜାନୁଆରି ୯ ତାରିଖରେ ୪୭୧୪ ଜଣ , ଜାନୁଆରି ୮ ତାରିଖରେ ୩୬୭୯ ଜଣ , ଜାନୁଆରି ୭ ତାରିଖରେ ୨୭୦୩ ଜଣ, ଜାନୁଆରି ୬ ତାରିଖରେ ୧୮୯୭ ଜଣ , ଜାନୁଆରି ୫ ରେ ୧୨୧୬, ଜାନୁଆରି ୪ ରେ ୬୮୦, ଜାନୁଆରି ୩ ରେ ୪୨୪, ଜାନୁଆରି ୨ରେ ୪୨୪, ଜାନୁଆରି ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧ ଓ ଡିସେମ୍ବର ୨୮ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ।

Also Read  ଏହି ସବୁ ରାଜ୍ୟରେ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ ନୁହେଁ

LEAVE A REPLY

Please enter your comment!
Please enter your name here