୧୨୪୯ କର୍ମୀ, ୧୬୪୧ ସହାୟିକା ପଦବୀ ଖାଲି
ଭୁବନେଶ୍ୱର : ରାଜ୍ୟରେ ବହୁ ଜିଲ୍ଲାରେ ନିଜସ୍ୱ ଅଙ୍ଗନୱାଡି କେନ୍ଦ୍ର ନାହିଁ । ଭଡ଼ା ଘର, ସ୍କୁଲ ଓ ଗୋଷ୍ଠୀ କେନ୍ଦ୍ରରେ ଚାଲିଛି ଅଙ୍ଗନୱାଡି । କେବଳ ସେତିକି ନୁହେଁ ଅଙ୍ଗନୱାଡି କେନ୍ଦ୍ର ଅଛି ହେଲେ କର୍ମୀ ଓ ସହାୟିକା ନାହାନ୍ତି । ଏବେ ବି ୨୪ ହଜାର ୭୮୫ ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଘର ନାହିଁ । ଏହାସହ ୧୨୪୯ ଜଣ ଅଙ୍ଗନୱାଡି କର୍ମୀ ଓ ୧୬୪୨ଜଣ ସହାୟିକା ପଦବୀ ଖାଲି ପଡ଼ିଛି ।
ବିଧାନସଭାରେ ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି । ବିଧାୟକ ତାରା ପ୍ରସାଦ ବହିନୀପତି ଓ ଅଶ୍ୱିନୀ କୁମାର ପାତ୍ରଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଉ ରରେ ମନ୍ତ୍ରୀ ଶ୍ରୀମତୀ ସାହୁ ଦର୍ଶାଇଛନ୍ତି ଯେ, ରାଜ୍ୟରେ ଏବେ ୭୪ ହଜାର ୧୫୪ଟି ଅଙ୍ଗନୱାଡି / ମିନି ଅଙ୍ଗନୱାଡି କେନ୍ଦ୍ର ଅଛି । ସେଥିମଧ୍ୟରୁ ୪୮ ହଜାର ୭୧୯ଟି କେନ୍ଦ୍ରର ନିଜସ୍ୱ ଘର ରହିଛି । ବାକି ନିଜସ୍ୱ ଘର ନଥିବା ୨୪ ହଜାର ୭୮୫ଟି କେନ୍ଦ୍ର ମଧ୍ୟରୁ ୪୭୭୫ଟି ଭଡ଼ା ଘରେ, ୯୮୧୮ଟି ସ୍କୁଲ ଘରେ ଓ ୧୦,୧୯୨ଟି ଗୋଷ୍ଠୀ କେନ୍ଦ୍ରରେ ଚାଲୁଛି । ଅଙ୍ଗନୱାଡ଼ିର ଘର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ଅଂଶଧନ ଅ ।ଗୁଅ । ପ୍ରଦାନ କରଯାଉନାହିଁ । ଅଙ୍ଗନୱାଡି ଗୃହ ସମ୍ପୂର୍ଣ୍ଣ ହେବା ପରେ କେନ୍ଦ୍ର ସରକାର ପ୍ରତି ଘର ପିଛା ୧ଲକ୍ଷ ଭରଣା କରିବାର ବ୍ୟବସ୍ଥା କରିଛନ୍ତି ।
ସେହିପରି ରାଜ୍ୟରେ ଅ ।ଉ ୭,୮୪୪ଟି ନୂତନ ଅଙ୍ଗନୱାଡି ବା ମିନି ଅଙ୍ଗନୱାଡି କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଅ ।ଦେଶକ୍ରମେ ଉକ୍ତ ପ୍ରସ୍ତାବକୁ ପୁନଃ ତର୍ଜମା କରି ନୂତନ ପ୍ରସ୍ତାବ ପଠାଇବା ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଅ ।ଯାଇଛି । ଇତିମଧ୍ୟରେ ୧୫୬୭ଟି ନୂତନ ଅଙ୍ଗନୱାଡି କେନ୍ଦ୍ର ଅନୁମୋଦିତ ହୋଇଛି । ଜନସଂଖ୍ୟା ଅ ।ଧାରରେ ନୂତନ ଅଙ୍ଗନୱାଡି କେନ୍ଦ୍ର ଖୋଲିବାର ସ ର୍ାବଳୀ ରହିଛି ।
ଓଡ଼ିଶାରେ ୭୪,୧୫୪ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୭୨ହଜାର ୯୦୫ ଜଣ ଅଙ୍ଗନୱାଡି କର୍ମୀ ଏବଂ ୬୨ହଜାର ୯୬ ଜଣ ସହାୟିକା ଅଛନ୍ତି । ବ ର୍ମାନ ସୁଦ୍ଧା ୧୨୪୯ ଅଙ୍ଗନୱାଡି କର୍ମୀ ଓ ୧୬୪୨ ସହାୟିକା ପଦବୀ ଖାଲି ପଡ଼ିଛି । ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ \”ଏନ୍ଗେଜମେ ଏଡବ୍ଲ୍ୟୁସି\’ ପୋର୍ଟାଲ ମାଧ୍ୟମରେ ଅଙ୍ଗନୱାଡି କର୍ମୀମାନଙ୍କର ନିଯୁକ୍ତି ଦିଅ ।ଯାଉଛି । ଗାଇଡଲାଇନ ଅନୁଯାୟୀ ଖାଲିଥିବା ସମସ୍ତ ପଦବୀ ଯଥାଶୀଘ୍ର ପୂରଣ ନିମନ୍ତେ ଜିଲ୍ଲାପାଳମାନଙ୍କୁ ଅ ।ବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଅ ।ଯାଇଛି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି ।