ରାଜ୍ୟରେ ୩୬୫ ପଜିଟିଭ୍, ୫୬ ଶିଶୁ ସଂକ୍ରମିତ

0
354
ରାଜ୍ୟରେ ୩୬୫ ପଜିଟିଭ୍
ରାଜ୍ୟରେ ୩୬୫ ପଜିଟିଭ୍

ଭୁବନେଶ୍ୱର, ୨୯ା୧୧ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସ୍କ ୫୬ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୭ ଜଣ ଆକ୍ରାନ୍ତ ଅଛନ୍ତି ।

ସଂକ୍ରମିତ ମଧ୍ୟରେ ଅନୁଗୁଳରୁ କଟକରୁ ୩୪ ଜଣ, ଦେବଗଡ଼ରୁ ୬ ଜଣ, ଢେଙ୍କାନାଳରୁ ୪ ଜଣ, ଗଞ୍ଜାମରୁ ୫ ଜଣ, ଜଗତସିଂହପୁରରୁ ୧୩ ଜଣ, ଯାଜପୁରରୁ ୧୦ ଜଣ, ଝାରସୁଗୁଡ଼ାରୁ ୩ ଜଣ, କଳାହାଣ୍ଡିରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୨୦ ଜଣ, କୋରାପୁଟରୁ ୪ ଜଣ, ମାଲକାନଗିରିରୁ ୧ ଜଣ, ମୟୂରଭଞ୍ଜରୁ ୨୩ ଜଣ, ନୟାଗଡ଼ରୁ ୧ ଜଣ, ନୂଆପଡ଼ାରୁ ୩ ଜଣ, ପୁରୀରୁ ୧୦ ଜଣ, ରାୟଗଡ଼ାରୁ ୧ ଜଣ, ୧ ଜଣ, ବାଲେଶ୍ୱରରୁ ୨ ଜଣ, ଭଦ୍ରକରୁ ୭ ଜଣ, ବରଗଡ଼ରୁ ୧ ଜଣ, ସମ୍ୱଲପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୮ ଜଣ ଓ ଷ୍ଟେଟ ପୁଲରୁ ୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଏବେ ୧୦ ଲକ୍ଷ ୪୦ ହଜାର ୫୯୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୨୭ ହଜାର ୬୫୪ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୪ ହଜାର ୫୬୩ ଜଣ ସଂକ୍ରମିତ ସକ୍ରିୟ ଅଛନ୍ତି।

Also Read  ଉଦ୍ଧାର ହେଲେ ସମିତି ସଭ୍ୟ ପ୍ରାର୍ଥଙ୍କ ସ୍ୱାମୀ

LEAVE A REPLY

Please enter your comment!
Please enter your name here