ରାଜ୍ୟରେ ୭,୨୯୧ କରୋନା ପଜିଟିଭ : ଖୋର୍ଦ୍ଧାରୁ କେବଳ ୧,୭୦୫

0
280
ଓଡ଼ିଶାରେ ୩୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୭ ମୃତ
ଓଡ଼ିଶାରେ ୩୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୭ ମୃତ

ଭୁବନେଶ୍ୱର: ରାଜ୍ୟରେ ଖସିଲା କରୋନା ଗ୍ରାଫ୍ । ଦିନକରେ ୭ହଜାର ୨୯୧ ସଂକ୍ରମିତ ଚିହାନ୍ଟ ହୋଇଛନ୍ତି । ଜନ୍ମରୁ ୧୮ବର୍ଷ ମଧ୍ୟରେ ୯୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୪୨୨୬, ଲୋକାଲ କେସ୍ ୩ହଜାର ୬୫ । ଖୋର୍ଦ୍ଧାରୁ ସର୍ବାଧିକ ୧୭ଶହ ୫, ସୁନ୍ଦରଗଡ଼ରୁ ୬୪୬, କଟକରୁ ୫୬୧, ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୩୬୫, ବାଲେଶ୍ବରରୁ ୩୪୩, ରାୟଗଡ଼ାରୁ ୨୯୫, ନୟାଗଡ଼ରୁ ୧୯୨, ସୋନପୁରରୁ ୨୮୨, ମୟୂରଭଞ୍ଜରୁ ୨୨୯, ବଲାଙ୍ଗୀରରୁ ୨୧୮ଟି କୋଭିଡ କେସ ଚିହ୍ନଟ ହୋଇଛି  ।

ସେହିପରି ଯାଜପୁରରୁ ୨୦୩, ଅନୁଗୁଳରୁ ୧୮୩, ସମ୍ବଲପୁରରୁ ୧୭୬, ନୂଆପଡାରୁ ୧୬୦, କଳାହାଣ୍ଡିରୁ ୧୭୩, ନବରଙ୍ଗପୁରରୁ ୧୪୮, କେନ୍ଦୁଝରରୁ ୧୩୨, ବରଗଡ଼ରୁ ୧୩୦, ଜଗତସିଂହପୁରରୁ ୧୨୧,ପୁରୀରୁ ୧୧୬, କୋରାପୁଟରୁ ୧୧୧,କେନ୍ଦ୍ରାପଡାରୁ ୧୦୯, କନ୍ଧମାଳରୁ ୯୮, ଭଦ୍ରକରୁ ୯୭, ଢେଙ୍କାନାଳରୁ ୯୬, ଗଜପତିରୁ ୯୫, ଝାରସୁଗୁଡାରୁ ୮୩, ଦେବଗଡ଼ରୁ ୬୨, ମାଲକାନଗିରିରୁ ୫୭, ବୌଦ୍ଧରୁ ୫୫, ଗଞ୍ଜାମରୁ ୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୦ହଜାର ୮୪୧ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୧ ହଜାର ୯୫୧ରେପହଞ୍ଚିଥିବା ବେଳେ ୧୧ ଲକ୍ଷ ୨୧ହଜାର ୯୫୧ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୮୧ ହଜାର ୭୬୫ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ମୃତ୍ୟୁ ସଂଖ୍ୟା ୮,୫୨୫କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅଡିଟ୍ ପ୍ରୋସେସରେ ଆଉ ୫ଜଣଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ୱର, ଭୁବନେଶ୍ୱର ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ଥିବା ବେଳେ କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Also Read  Students of Women's college in Bolangir, Odisha deprived of appearing for plus II exams due to non-issuance of admit cards; stage protests and threat to mass self-immolation; probe ordered

LEAVE A REPLY

Please enter your comment!
Please enter your name here