ରାଜ୍ୟର ୧୦୭ଟି ପୌରସଂସ୍ଥାର ଅଧ୍ୟକ୍ଷ ଆସନ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

0
1070

ଭୁବନେଶ୍ବର: ରାଜ୍ୟର ପୌରସଂସ୍ଥାଗୁଡ଼ିକର ଅଧ୍ୟକ୍ଷ ଆସନ ପାଇଁ ଆଜି ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ପୌର ନିର୍ବାଚନ ପାଇଁ ରାଜ୍ୟର ୧୦୭ଟି ପୌରପାଳିକା(ମ୍ୟୁନିସିପାଲିଟି) ଓ ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଅଧ୍ୟକ୍ଷ ପଦ ଲାଗି ପ୍ରକାଶ ପାଇଛି ଚୂଡ଼ାନ୍ତ ସଂରକ୍ଷଣ ତାଲିକା। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥର ୧୦୭ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଅଧ୍ୟକ୍ଷ ପଦ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୮ଟି ସଂରକ୍ଷିତ ରଖାଯାଇଛି। ଅପରପକ୍ଷରେ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୯ଟି, ଅନୁସୂଚିତ ଜନଜାତିଙ୍କ ପାଇଁ ୩ଟି ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୫ଟି ଆସନ ସଂରକ୍ଷିତ ରଖାଯାଇଛି। ମହିଳାଙ୍କ ପାଇଁ ୪୦ଟି ଅଧ୍ୟକ୍ଷ ପଦ ସଂରକ୍ଷିତ ରଖାଯାଇଥିବା ବେଳେ ୪୨ଟି ଅଧ୍ୟକ୍ଷ ପଦ ଅସଂରକ୍ଷିତ ରହିଥିବା ଜଣାଯାଇଛି।

ବିଜ୍ଞପ୍ତିରୁ ଜଣାଯାଇଛି ଯେ ଚାନ୍ଦବାଲି (ଏନ୍‌ଏସି), ବିଜେପୁର (ଏନ୍‌ଏସି), ରେମୁଣା (ଏନ୍‌ଏସି), ଦଶପଲ୍ଲା (ଏନ୍‌ଏସି), ପାରଳାଖେମୁଣ୍ଡି (ମ୍ୟୁନିସିପାଲିଟି), ପଦ୍ମପୁର (ଏନ୍‌ଏସି), ନୀଳଗିରି (ଏନ୍‌ଏସି), ତରଭା (ଏନ୍‌ଏସି) ଓ ପୋଲସରା (ଏନ୍‌ଏସି)ର ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।

ଅପରପକ୍ଷରେ ଜି.ଉଦୟଗିରି (ଏନ୍‌ଏସି), କାଶୀନଗର (ଏନ୍‌ଏସି), କରଞ୍ଜିଆ (ଏନ୍‌ଏସି), ଗୁଣୁପୁର (ମ୍ୟୁନିସିପାଲିଟି), ଖରିଆର ରୋଡ୍‌ (ଏନ୍‌ଏସି), ବାସୁଦେବପୁର (ମ୍ୟୁନିସିପାଲିଟି), ଛତ୍ରପୁର (ଏନ୍‌ଏସି), ରମ୍ଭା (ଏନ୍‌ଏସି), ସୁନ୍ଦରଗଡ଼ (ମ୍ୟୁନିସିପାଲିଟି), ଉଦଳା (ଏନ୍‌ଏସି), ଚିକିଟି (ଏନ୍‌ଏସି), ବାଲେଶ୍ୱର (ମ୍ୟୁନିସିପାଲିଟି), ଟିଟିଲାଗଡ଼ (ମ୍ୟୁନିସିପାଲିଟି), ଜଗତସିଂହପୁର (ମ୍ୟୁନିସିପାଲିଟି), ଭଦ୍ରକ (ମ୍ୟୁନିସିପାଲିଟି), ଯାଜପୁର (ମ୍ୟୁନିସିପାଲିଟି), ଧର୍ମଗଡ଼ (ଏନ୍‌ଏସି), ବରଗଡ଼ (ମ୍ୟୁନିସିପାଲିଟି), ପୁରୁଷତ୍ତୋମପୁର (ଏନ୍‌ଏସି), ନିମାପଡ଼ା (ଏନ୍‌ଏସି), ଭବାନୀପାଟଣା (ମ୍ୟୁନିସିପାଲିଟି), ବଲାଙ୍ଗିର (ମ୍ୟୁନିସିପାଲିଟି), କେନ୍ଦ୍ରାପଡ଼ା (ମ୍ୟୁନିସିପାଲିଟି), ସୋନପୁର (ମ୍ୟୁନିସିପାଲିଟି), କୋଣାର୍କ (ଏନ୍‌ଏସି), ଆଠଗଡ଼ (ଏନ୍‌ଏସି), ଦେବଗଡ଼ (ମ୍ୟୁନିସିପାଲିଟି), ରଣପୁର (ଏନ୍‌ଏସି), ନୟାଗଡ଼ (ମ୍ୟୁନିସିପାଲିଟି), ଗଞ୍ଜାମ (ଏନ୍‌ଏସି), ଢେଙ୍କାନାଳ (ମ୍ୟୁନିସିପାଲିଟି), ଫୁଲବାଣୀ (ମ୍ୟୁନିସିପାଲିଟି), ଖୋର୍ଦ୍ଧା (ମ୍ୟୁନିସିପାଲିଟି), ବାଲୁଗାଁ (ଏନ୍‌ଏସି), ପୁରୀ (ମ୍ୟୁନିସିପାଲିଟି), କେନ୍ଦୁଝରଗଡ଼ (ମ୍ୟୁନିସିପାଲିଟି), ଖଣ୍ଡପଡ଼ା (ଏନ୍‌ଏସି), ଚୌଦ୍ୱାର (ମ୍ୟୁନିସିପାଲିଟି), ଆଠମଲ୍ଲିକ (ଏନ୍‌ଏସି) ଓ ବାଙ୍କୀ (ଏନ୍‌ଏନ୍‌ସି) ମହିଳାଙ୍କ ଲାଗି ସଂରକ୍ଷିତ ରହିଛି।

Also Read  Odisha bowld out at 199; Gujrat trails by 263