ରେଭେନ୍ସା କ୍ରୀଡ଼ା ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମସଗୁଲ୍ ଛାତ୍ରଛାତ୍ରୀ : ସିଏମସିର ନୋଟିସ୍ ଜାରି

0
582
ସାଂସ୍କୃତିକ କାର୍ଯ୍ୟକ୍ରମରେ ମସଗୁଲ୍ ଛାତ୍ରଛାତ୍ରୀ
ସାଂସ୍କୃତିକ କାର୍ଯ୍ୟକ୍ରମରେ ମସଗୁଲ୍ ଛାତ୍ରଛାତ୍ରୀ
କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ବା‌ର୍ଷିକ କ୍ରୀଡ଼ାଉତ୍ସବରେ କରୋନା ନିୟମକୁ ମାଡ଼ିମକଚି ଦଳି ଦେବା ଭଳି ଦୃଶ୍ୟ ଏବେ ସାମନାକୁ ଆସିଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଆଳରେ ସବୁ ନିୟମକୁ ଭାଙ୍ଗି ଦେବାର ଦୃଶ୍ୟ ଏବେ ବିଭିନ୍ନ ମହଲରେ ପ୍ରତିକ୍ରିୟାର କାରଣ ହୋଇଛି। ଗତ ୨୧ ଓ ୨୨ ତାରିଖ, ଦୁଇ ଦିନ ଧରି ଚାଲିଥିବା କ୍ରୀଡା ଉତ୍ସବର ଗତକାଲି ଥିଲା ଉଦ୍‌ଯାପନୀ କାର୍ଯ୍ୟକ୍ରମ। ପୁରସ୍କାର ବିତରଣ ଉତ୍ସବ ପରେ ୫ଶହରୁ ଅଧିକ ଛାତ୍ରଛାତ୍ରୀ ଏକାଠି ପଡିଆ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ନୃତ୍ୟ ଗୀତରେ ମଜ୍ଜି ରହିଥିଲେ। ଶହ ଶହ ପିଲା ଏକାଠି ନାଚୁଥିବା ବେଳେ କାହାରି ମୁହଁରେ ମାସ୍କ କିମ୍ବା ସାମାଜିକ ଦୂରତ୍ବ ନଥିଲା। କର୍ତ୍ତୃପକ୍ଷଙ୍କ ଆଗରେ ଏପରି କୋଭିଡ ନିମୟ ଉଲ୍ଲଘଂନ ହେଉଥିବା ବେଳେ କେହି କିଛି ବି କହି ନଥିଲେ। ରେଭେନ୍ସା ପରିସରରେ ଚାଲିଥିବା ଏଭଳି ଘଟଣା ସଂପର୍କରେ ପୁଲିସ ପ୍ରଶାସନ ଜାଣି ପାରି ନଥିବା କୁହାଯାଉଛି।

ଅନ୍ୟପଟେ ଶହ ଶହ ଛାତ୍ରଛାତ୍ରୀଙ୍କ ନାଚଗୀତର ଭିଡିଓ ଭାଇରାଲ ହେବା ପରେ ଏହା ‌ଏବେ ସାମନାକୁ ଆସିଛି। ଏତେ ସଂଖ୍ୟକ ଲୋକଙ୍କ ସମାଗମ ଉପରେ ପ୍ରଶାସନର ଏବେ ବି କଟକଣା ଥିଲେ ବି ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ରେଭେନ୍ସା କର୍ତ୍ତୃପକ୍ଷ ପ୍ରଶ୍ରୟ ଦେବା ଘଟଣା ପ୍ରତିକ୍ରିୟାର କାରଣ ହୋଇଛି। ଅନ୍ୟପଟେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ ନାୟକ କହିଛନ୍ତି ଯେ କ୍ରୀଡ଼ା ସମାରୋହ ଦାୟିତ୍ବରେ ଥିବା ଅଂଜନ ଖୁଣ୍ଟିଆଙ୍କୁ ଏ ସଂପର୍କରେ ରିପୋର୍ଟ ମଗା ଯାଇଛି। ସେଠାରେ ‌ବିଶ୍ବବିଦ୍ୟାଳୟ ପକ୍ଷରୁ କେଉଁ ମାନେ ପରିଚାଳନା ଦାୟିତ୍ବରେ ଥିଲେ, ସେମାନେ ଏଥିପାଇଁ ବାରଣ କରିଥିଲେ କି ନାହିଁ, ସେ ସଂପର୍କରେ ଆଜି ରିପୋର୍ଟ ଦେବା ପରେ ଏ ଦିଗରେ ଯାହା ପଦକ୍ଷେପ ନିଆଯିବ। ଅପରପକ୍ଷରେ ସିଏମସି (କଟକ ମହାନଗର ନିଗମ) ପକ୍ଷରୁ ଏହି ଘଟଣାକୁ ଗୁରୁତର ସହ ନିଆଯାଇ ନୋଟିସ୍ ଜାରି କରାଯାଇଛି।

Also Read  "ଜୟ ବଙ୍ଗଳା" ହେବ ବାଂଲାଦେଶ ର ଜାତୀୟ ସ୍ଲୋଗାନ