ଫେବୃଆରୀ ୨୭
ରବିବାର ଦିନ ହାସନପୁର ବିଧାୟକ ତେଜ ପ୍ରତାପ ଯାଦବ ତାଙ୍କ ପିତା ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଙ୍କ ପାଇଁ ‘ନ୍ୟାୟ ଯାତ୍ରା’ (ନ୍ୟାୟ ଅଭିଯାନ) ଆରମ୍ଭ କରିଛନ୍ତି।
ବିହାରର ଲୋକଙ୍କ ସହାନୁଭୂତି ହାସଲ କରିବା ପାଇଁ ତେଜ ପ୍ରତାପ ଯାଦବଙ୍କ ଯୁବ ଗୋଷ୍ଟି ‘ଛାତ୍ର ଜନଶକ୍ତି ପରିଷଦ’ ଲୋକଙ୍କ ସହାନୁଭୂତି ପାଇଁ ଇ-ରିକ୍ସା ବ୍ୟବହାର ରେ ଯାଇ ପ୍ରତ୍ୟେକ ବ୍ଲକ ରେ ଲାଲୁ ଙ୍କ ପାଇଁ ନ୍ୟାୟ ମାଗିବେ I
ଇ-ରିକ୍ସା ରେ ଲାଲୁ ପ୍ରସାଦଙ୍କ ଫଟୋଗ୍ରାଫ୍ ଏବଂ ତରାଜୁ ର ଫୋଟୋ ରହିଛି I କ୍ୟାପସନ୍ ରହିଛି ‘ସଜା ନାହିଁ ଶାଜିଶ୍’ I
ଅତୀତରେ ତେଜ ପ୍ରତାପ ଏମିତି ବହୁ କାର୍ଯ୍ୟକ୍ରମ କରିଛନ୍ତି, କିନ୍ତୁ ପ୍ରାୟ ସେଥିରେ ସଫଳ ହେଇନାହାନ୍ତି I କିନ୍ତୁ ଏଥିରେ ଲାଲୁଙ୍କ ନାଁ ଜଡିତ ଥିବାରୁ ଏହି କାର୍ଯ୍ୟକ୍ରମ ସଫଳ ହେବ ବୋଲି ‘ଛାତ୍ର ଜନଶକ୍ତି ପରିଷଦ’ ଆଶାବ୍ୟକ୍ତ କରିଛି I
ତେଜ ପ୍ରତାପ କହିଛନ୍ତି, “ବିରୋଧୀ ଦଳ ଷଡଯନ୍ତ୍ର କରି ଲାଲୁ ପ୍ରସାଦଙ୍କୁ ଜେଲକୁ ପଠାଇଛନ୍ତି। ଯେଉଁ ନେତା ପାଇଁ ସର୍ବଦା ସମାଜର ଗରିବ-ଖଟିଖିଆ ଙ୍କ ସ୍ୱାର୍ଥ ପାଇଁ ଲଢେଇ କରି ଆସିଛନ୍ତି..ତାଙ୍କୁ ଜେଲ ରୁ ମୁକ୍ତକରିବା ପାଇଁ ଆମେ ଜନସାଧାରଣ ଙ୍କ ସହଯୋଗ ଲୋଡ଼ିବୁ I

























