ନୂଆଦିଲ୍ଲୀ: ଇଣ୍ଡିଆ ଗେଟ୍ ପାଖରେ ଗତ ୫୦ ବର୍ଷ ଧରି ଜଳି ଆସୁଥିବା ଅମର ଯବାନ ଜ୍ୟୋତି ଲିଭିବନି। ଏହା ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ହେବ। ବିବାଦ ସୃଷ୍ଟି ହେବାପାରେ ଏବେ ଏଭଳି ସ୍ପଷ୍ଟୀକରଣ ଦେଇଛି କେନ୍ଦ୍ର। ଅମର ଯବାନ ଜ୍ୟୋତିର ଏକ ଅଂଶକୁ ଜାତୀୟ ଯୁଦ୍ଧ ସ୍ମାରକୀ ପର୍ଯ୍ୟନ୍ତ ନିଆଯିବ। ଜାତୀୟ ଯୁଦ୍ଧ ସ୍ମାରକୀରେ ସବୁ ଭାରତୀୟ ସହିଦଙ୍କ ନାଁ ସ୍ଥାନ ପାଇଛି। ୧୯୭୧ ସମେତ ସବୁ ଯୁଦ୍ଧର ସହିଦଙ୍କ ନାଁ ଏଥିରେ ରହିଛି। ଏହା ହିଁ ସହିଦଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କେନ୍ଦ୍ର ସରକାର କହିଛନ୍ତି।
କେନ୍ଦ୍ର ସରକାର ଆହୁରି କହିଛନ୍ତି, ଏହାକୁ ନେଇ ଅନେକଗୁଡିକ ଭୁଲ୍ ସୂଚନା ଦିଆଯାଉଛି। ଅଯଥା ଗୁଜବ ସୃଷ୍ଟି କରାଯାଉଛି। ୧୯୭୧ ମସିହାରେ ଅମର ଯବାନ ଜ୍ୟୋତି ଜଳା ଯାଇଥିଲା। ଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏହି ଜ୍ୟୋତିକୁ ପ୍ରଜ୍ଜଳିତ କରାଯାଇଥିଲା। କିନ୍ତୁ ସେଠାରେ କୌଣସି ସହିଦ ଯବାନଙ୍କ ନାଁ ଉଲ୍ଲେଖ କରାଯାଇନଥିଲା। ୧୯୭୧ ଯୁଦ୍ଧରେ ସହିଦ ହୋଇଥିବା ଯବନାଙ୍କ ନାଁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ରଖାଯାଇଥିଲା। ଏଥିପାଇଁ ସେଠାରେ ଏହି ଜ୍ୟୋତି ଜଳିବା ହିଁ ଯବାନମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କେନ୍ଦ୍ର କହିଛି।
The flame of Amar Jawan Jyoti is not being extinguished. It is being merged with flame at National War Memorial. It was an odd thing to see that the flame at Amar Jawan Jyoti payed homage to martyrs of 1971 & other wars but none of their names are present there: GoI Sources
— ANI (@ANI) January 21, 2022
ଅମର ଯବାନ ଜ୍ୟୋତିର ସ୍ଥାପନା ସେହି ଭାରତୀୟ ସୈନିକଙ୍କ ସ୍ମୃତିରେ କରାଯାଇଥିଲା ଯେଉଁମାନେ ୧୯୭୧ ଭାରତ-ପାକିସ୍ଥାନ ଯୁଦ୍ଧରେ ସହିଦ ହୋଇଥିଲେ। ଏହି ଯୁଦ୍ଧରେ ଭାରତର ବିଜୟ ହୋଇଥିଲା ଏବଂ ବାଙ୍ଗଲାଦେଶର ଗଠନ ହୋଇଥିଲା। ତତ୍ତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜାନୁଆରୀ ୨୬, ୧୯୭୨ରେ ଅମର ଜ୍ୟୋତିର ଉଦ୍ଘାଟନ କରିଥିଲେ।
It is ironic that people who did not make a National War Memorial for 7 decades are now making a hue and cry when a permanent and fitting tribute is being made to our martyrs: GoI Sources
— ANI (@ANI) January 21, 2022
ସେପଟେ ଅମର ଯବାନ ଜ୍ୟୋତି ବିଲୟ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। କିଛି ଲୋକ ଦେଶର ବୀର ଯବାନଙ୍କ ବଳିଦାନକୁ ବୁଝି ପାରନ୍ତିନି କହି କଟ୍ଟାକ୍ଷ କରିଛନ୍ତି କଂଗ୍ରେସର ବରିଷ୍ଠ ସାଂସଦ ରାହୁଲ ଗାନ୍ଧି। ଇତିହାସକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି, ଯାହା ଅତ୍ୟନ୍ତ ଦୁଃଖଦାୟକ। ଜାତୀୟ ସ୍ମାରକରେ ଏହାକୁ ବିଲୟ କରିବା ଅର୍ଥ ହେଉଛି ଇତିହାସକୁ ପୁଣି ଲେଖିବା। କୋଟି କୋଟି ଭାରତୀୟଙ୍କ ହୃଦୟରେ ଏହା ରହିଛି ବୋଲି କଂଗ୍ରେସ କହିଛି।
ଅନ୍ୟପଟେ କଂଗ୍ରେସର ଏଭଳି ବିରୋଧକୁ ନେଇ ସରକାରଙ୍କ ପକ୍ଷରୁ କଡା ଜବାବ ଦିଆଯାଇଛି। ୭ ଦଶନ୍ଧି ଧରି କ୍ଷମତାରେ ଥିବା ବ୍ୟକ୍ତି ମାନେ ସମର ସ୍ମାରକୀ ନିର୍ମାଣ ପାଇଁ ଚିନ୍ତା କରିନାହାନ୍ତି ହେଲେ ଏବେ ସହିଦଙ୍କୁ ଅସଲ ଶ୍ରଦ୍ଧାଞ୍ଜଳି ଦିଆଯିବ। ଅମର ଯବାନ ଜ୍ୟୋତି ଲିଭିବନି ବରଂ ଏହା ବିଲୟ ହୋଇ ଦେଶ ସ୍ୱାଧୀନ ପରର ସମସ୍ତ ସହିଦଙ୍କୁ ସମ୍ମାନ ଜଣାଇବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

























