ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ: ଶପଥ ନେଲେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ

0
126
ରାହୁଲ ଗାନ୍ଧୀ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ: ଶପଥ ନେଲେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ
ରାହୁଲ ଗାନ୍ଧୀ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ: ଶପଥ ନେଲେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ

ଦେଶ ଏକ ଭଲ ବିରୋଧୀ, ଦାୟିତ୍ବପୂର୍ଣ ବିରୋଧୀ ଆବଶ୍ୟକ କରେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସମ୍ବିଧାନ ଉପରେ ପ୍ରଧାନମନ୍ତ୍ରୀ ଏବଂ ଅମିତ ଶାହାଙ୍କ ଆକ୍ରମଣ ଆମ ପାଇଁ ଗ୍ରହଣୀୟ ନୁହେଁ: ରାହୁଲ ଗାନ୍ଧୀ

ନୂଆ ଦିଲ୍ଲୀ: ଜୁନ ୨୪: ୧୮ ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରୋଟେମ୍ ବାଚସ୍ପତି ଭାବରେ ନିଯୁକ୍ତ ଗୃହର ବରିଷ୍ଠ ସଦସ୍ୟ ଭତୃହରି ମହତାବଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଥିଲେ । ସଂସଦ ଅଧିବେଶନ ଆରମ୍ଭ ହେବା ପରେ ପ୍ରୋଟେମ୍ ବାଚସ୍ପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗୃହର ସଦସ୍ୟ ଭାବରେ ଶପଥ ପାଠ କରାଇଥିଲେ । ତା’ପରେ ଚେୟାରର ସହଯୋଗୀ ସାଂସଦମାନେ ଶପଥ ଗ୍ରହଣ କରିଥିଲେ। ଏହା ପରେ କେନ୍ଦ୍ର ମନ୍ତ୍ରୀ ଏବଂ ଅନ୍ୟ ସଦସ୍ୟମାନଙ୍କୁ ଶପଥ ପାଠ କରାଯାଇଥିଲା।

ସଂସଦର ପ୍ରଥମ ଅଧିବେଶନ ବେଶ ପ୍ରତିଦ୍ବନ୍ଦିତା ମୂଳକ ହେବ ବୋଲି ଆଶା କରାଯାଏ I କାରଣ, NEET ଠାରୁ ଆରମ୍ଭ କରି ଅନେକ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବେ ବୋଲି ଆଶା କରାଯାଉଛି I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହର ସଦସ୍ୟ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳର ନେତାମାନେ ସମ୍ବିଧାନ ପୁସ୍ତକର କପି ଧରିଥିବାର ନଜର ଆସିଥିଲା ।

ଏହା ଉପରେ ଟିପ୍ପଣୀ ଦେଇ, ରାହୁଲ କହିଛନ୍ତି ଯେ’ ସମ୍ବିଧାନ ଉପରେ ପ୍ରଧାନମନ୍ତ୍ରୀ ଏବଂ ଅମିତ ଶାହାଙ୍କ ଆକ୍ରମଣ ଆମ ପାଇଁ ଗ୍ରହଣୀୟ ନୁହେଁ, ଆମେ ଏହା କରିବାକୁ ଦେବୁ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, କୌଣସି ଶକ୍ତି ଭାରତର ସମ୍ବିଧାନକୁ ସ୍ପର୍ଶ କରିପାରିବ ନାହିଁ। ଏହାପୂର୍ବରୁ କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ସୋନିଆ ଗାନ୍ଧୀଙ୍କ ସମେତ ଅନ୍ୟ ଇଣ୍ଡିଆ ବ୍ଲକ୍ ନେତାମାନେ ସମ୍ବିଧାନ ପୁସ୍ତକର କପି ସହିତ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା।

ବିରୋଧୀ ଦଳଙ୍କୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଦେଶର ଲୋକମାନେ ଡ୍ରାମା, ହଙ୍ଗାମା ଚାହାଁନ୍ତି ନାହିଁ। ଦେଶ ସ୍ଲୋଗାନ ଚାହୁଁ ନାହିଁ, ସାରକଥା ଚାହୁଁଛି। ଦେଶ ଏକ ଭଲ ବିରୋଧୀ, ଦାୟିତ୍ବପୂର୍ଣ ବିରୋଧୀ ଆବଶ୍ୟକ କରେ। ”
୧୯୭୫ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଲାଗୁ କରାଯାଇଥିବା ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ମୋଦୀ କହିଛନ୍ତି, “ଆସନ୍ତାକାଲି ୨୫ ଜୁନ୍, ୫୦ ବର୍ଷ ପୂର୍ବେ ଏହି ଦିନ ସମ୍ବିଧାନରେ ଏକ କଳା ଦାଗ ଲଗାଯାଇଥିଲା। ଆମେ ନିଶ୍ଚିତ କରିବାକୁ ଚେଷ୍ଟା କରିବୁ ଯେ ଏପରି ଦାଗ ଦେଶକୁ ଆଉ କେବେ ନ ଲାଗୁ I “

Also Read  White Paper on economy in 2014 could have worsened woes: Modi