ଅକ୍ଟୋବର ୨୦
ମମିତା ମେହେର ଙ୍କୁ ହତ୍ୟା କରିଛି ବୋଲି ମାନିଲା ଗୋବିନ୍ଦ ସାହୁ
ଶିକ୍ଷୟିତ୍ରୀ ମମିତା ମେହେର ଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ସନସାଇନ ପବ୍ଲିକ ସ୍କୁଲ ପରିଚାଳନା କମିଟି ର ସଭାପତି ଗୋବିନ୍ଦ ସାହୁ I ଏହି ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତା’ର ଡ୍ରାଇଭର ପୋଲସ ଆଗରେ ସବୁ ସତ କଥା ଓଗାଳିଛନ୍ତି ବୋଲି କୁହାଯାଉଛି I
ସୂଚନା ଅନୁସାରେ, ମମିତା ଙ୍କୁ ଜୀବନରୁ ମାରିଦେବା ପାଇଁ ସେ ଆଗରୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା I ମମିତାଙ୍କୁ ହତ୍ୟା ପାଇଁ ପୂର୍ବରୁ ଷଡଯନ୍ତ୍ର କରିଥିବା ଗୋବିନ୍ଦ ସମସ୍ତ ଯୋଜନା ପୂର୍ବରୁ କରିଥିଲା | ହତ୍ୟା କରିବା ପରେ କେଉଁଠି ଏବଂ କେମିତି ପୋତିବ ସେ ନେଇ ଷ୍ଟାଡିଅମ ତିଆରି ହେଉଥିବା ପଡିଆରେ ଅକ୍ଟୋବର ୬ ତାରିଖରୁ ଗାତ ଖୋଳାଇଥିଲା ଗୋବିନ୍ଦ I
ଷଡଯନ୍ତ୍ର କରି ମମିତା ଙ୍କୁ ଘରୁ ଡ଼କାଇଥିଲା I ଅଧା ରାସ୍ତାରେ ମମିତା ଙ୍କୁ ଡାକି ନିଜ ଗାଡ଼ିରେ ବସାଇଥିଲା I କାର ଭିତରେ ତାଙ୍କୁ ହତ୍ୟା କରାଯାଇଥିବାବେଳେ ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି |
ମାରିବା ପରେ ମମିତା ଙ୍କ ମୃତ ଦେହ କୁ ପୂର୍ବ ପ୍ରସ୍ତୁତ ଗାତ ରେ ପୋତି ଦେଇଥିଲା ସେ I ଗାତ ରେ ତଳେ କାଠ ପ୍ଲାଏ ଓ ଉପରେ ଟାୟାର ରଖି ମମିତା ଙ୍କ ମୃତ ଦେହ କୁ ପୋଡାଯାଇଥିଲା ବୋଲି କହିଛି ଗୋବିନ୍ଦ ସାହୁ I ମୃତ ଦେହ କିପରି ଶୀଘ୍ର ନଷ୍ଟ ହେବ, ସେ ନେଇ ମଧ୍ୟ ସେ ଯୋଜନା କରିଥିଲା I ସେଥିପାଇଁ ଗାତ ଭିତରେ ଯଥେଷ୍ଟ ପରିମାଣରେ ଲୁଣ ଦିଆଯାଇଥିଲା ।
ମମିତା ଅକ୍ଟୋବର ୮ ତାରିଖରୁ ନିଖୋଜ ହେଇଯାଇଥିଲେ I ପରିବାର ପକ୍ଷରୁ ଥାନା ରେ ଏତଲା ଦିଆଯିବାପରେ, ପୋଲିସ ଗୋବିନ୍ଦ ସାହୁ କୁ ରଖି ପଚରାଉଚୁରା କରୁଥିଲେ I ମାତ୍ର ସେ ଅକ୍ଟୋବର ୧୭ ତାରିଖରେ ପୋଲିସ କବଜା ରୁ ଖସି ପଳାଇଥିଲା I ଗତ କାଲି ପୋଲିସ ତାକୁ ମୋଷ୍ଟ ୱାଣ୍ଟେଡ ବୋଲି ଘୋଷଣା କରିଥିଲେ I ଯିଏ ତାକୁ ଧରାଇଦେବ ତାକୁ ପୋଲିସ ପକ୍ଷରୁ ଏକ ଲକ୍ଷ ତାଙ୍କ ଦିଆଯିବ ବୋଲି ପୋଲିସ କହିଥିଲା I ଏହା ଘୋଷଣା ହେବାର ମାତ୍ର ଅଳ୍ପ କେତେ ଘଣ୍ଟା ପରେ ତାକୁ ପୋଲିସ ଗିରଫ କରିଥିଲା I
ଯେଉଁ କର ରେ ମମିତା କୁ ମରା ଯାଇଥିଲା, ସେହି କାରଟିକୁ ୧୪ ତାରିଖରେ ଜବତ କରିଥିଲା ପୋଲିସ I ଜବତ କାର୍ରୁ ମିଳିଥିଲା ଗୋଟିଏ ପାଉଁଜି, ପେଟ୍ରୋଲ ଜାର୍ । ଗତକାଲି ମୃତଦେହ ପୋତା ଯାଇଥିବା ସ୍ଥାନରୁ ଆଉ ଏକ ପାଉଁଜି ମିଳିଥିଲା।
ଗୋବିନ୍ଦ ସମେତ ତା ସହଯୋଗୀ ରାଧେ, ଜେସିବି ଜ୍ରାଇଭର, ଷ୍ଟାଡିୟମ ମୁନସିଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ପୁଲିସ୍।
ତେବେ ମମିତା ମେହେରଙ୍କୁ କାହିଁକି ମାରିଲା ଗୋବିନ୍ଦ ସାହୁ, ତାହା ସ୍ପଷ୍ଟ ହୋଇନାହିଁ। ଗୋବିନ୍ଦଙ୍କ ସ୍କୁଲ୍ରେ ସେକ୍ସ ରାକେଟ୍ ଚାଲିଥିଲା ବୋଲି ଅଭିଯୋଗ ହୋଇଥିଲା।