ନଭେମ୍ବର ୪
ଶୈଳଶ୍ରୀ ବିହାର ଅଂଚଳରେ ମା’ ଓ ଝିଅଙ୍କ ଉପରକୁ ହୋଇଥିବା ଛୁରା ମାଡ଼ ଘଟଣାର ପର୍ଦ୍ଦାଫାସ କରିଛନ୍ତି କମିସନରେଟ ପୋଲିସ I ଘଟଣା ର ମୁଖ୍ୟ ଅଭିଯୁକ୍ତ ରୂପେଶ ପଣ୍ଡା ଅଭାବ ରୁ ମୁକୁଳିବା ପାଇଁ ଏହି ଘଟଣା ଘଟାଇଥିଲେ I
ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ପ୍ରେସମିଟ୍ରେ ଦେଇଥିବା ସୂଚନା ଅନୁଯାୟୀ, ରୁପେଶ ଘର ପାଇଁ ୧୮ ଲକ୍ଷ ଟଙ୍କା ଲୋନ କରିଥିଲେ I ସେଥିପାଇଁ ପଡୋଶୀ ଘରେ ମହିଳା ବେଶରେ ପଶି ଲୁଟ କରିବା ପାଇଁ ଉଦ୍ୟମ କରିଥିଲେ I ରୁପେଶ କୁ ଏହି କାର୍ଯ୍ୟ ରେ ସହଯୋଗ କରିଥିଲେ ତାଙ୍କ ବନ୍ଧୁ ସଂଜୟ ପଣ୍ଡା I
ଏଥିପାଇଁ ସେମାନେ ବାଜାର ରୁ ଛୁରି, ଖେଳନା ବନ୍ଧୁକ, ସେଲୋଟେପ୍ ଓ ଝିଅ ଡ୍ରେସ୍ କିଣିଥିଲେ । ଏହି ସବୁ ଜିନିଷ ସଞ୍ଜୟ ପଣ୍ଡାଙ୍କ ଘରେ ରଖାଯାଇଥିଲା। ରୁପେଶ ୧ ତାରିଖ ସକାଳେ ସଞ୍ଜୟ ଙ୍କ ଘରକୁ ଯାଇ ଏହି ଜିନିଷ ସବୁ ଆଣିଥିଲେ ଏବଂ ଅନ୍ୟ କୌଣସି ଜାଗାରେ ନିଜର ଡ୍ରେସ ବଦଳାଇ ଅଟୋ ରେ ପଡୋଶୀଙ୍କ ଘରକୁ ଯାଇ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ I ମହିଳା ଙ୍କ ପାଟି ଶୁଣି ତାଙ୍କ ମା ଆସି ଯାଇଥିଲେ ଏବଂ ଉଭୟ ସାହସ ର ସହ ପ୍ରତିରୋଧ କରିଥିଲେ । ଫଳରେ ରୁପେଶ ଙ୍କ ଲୁଟ ଯୋଜନା ଫେଲ ମରିଯାଇଥିଲା I
ଏହି ଘଟଣା ରେ ପୋଲିସ ଉଭୟ ରୂପେଶ ଓ ସଂଜୟଙ୍କୁ ଗିରଫ କରିଛି I ମହିଳା ଏବଂ ତାଙ୍କ ମା ଙ୍କ ସାହସ ପାଇଁ, କମିଶନରେଟ ପୁଲିସ୍ ତରଫରୁ ଉଭୟ ଙ୍କୁ ସମ୍ମାନିତ କରାଯିବ ବୋଲି ଡିସିପି କହିଛନ୍ତି ।