ଶ୍ରୀମନ୍ଦିରରେ ବନକଲାଗି ନୀତି ଆଜି : ଅପରାହ୍ଣ ୪ରୁ ଦର୍ଶନ ବନ୍ଦ ରହିବ

0
356
ଅପରାହ୍ଣ ୪ରୁ ଦର୍ଶନ ବନ୍ଦ ରହିବ
ଅପରାହ୍ଣ ୪ରୁ ଦର୍ଶନ ବନ୍ଦ ରହିବ
ପୁରୀ, ୨୭ା୧୦: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବନକ ଲାଗି ନୀତି । ଏନେଇ ଅପରାହ୍ନ ୪ଟାରୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ  । ଦ୍ୱିପ୍ରହର ଧୂପ ସରିବା ପରେ ଅତ୍ୟନ୍ତ ଗୁପ୍ତ ଭାବେ ଶ୍ରୀମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ସମ୍ପାଦନ କରାଯାଇଥାଏ ।

ଦତ୍ତମହାପାତ୍ର ସେବକ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର କରିଥାନ୍ତି  । ପାରମ୍ପରିକ ରଙ୍ଗ ଯଥା ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କର୍ପୂର, କସ୍ତୁରୀ, କଳା, ଧଳା, ନାଲି ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କୁ ଶୃଙ୍ଗାର କରାଯାଇଥାଏ । ଏହି ଶୃଙ୍ଗାରକୁ ବନକ ଲାଗି କୁହାଯାଏ । ତେବେ ଅପରାହ୍ନ ଦ୍ୱିପ୍ରହର ଧୂପ ପରଠାରୁ ଆଜିର ଦର୍ଶନ ବ୍ୟବସ୍ଥାକୁ ପୁରାପୁରି ବନ୍ଦ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Also Read  କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଡାକରା; ବଦଳିବେ ପିସିସି ସଭାପତି

LEAVE A REPLY

Please enter your comment!
Please enter your name here