ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇନଟାକର ଚିଠି

0
707
champak-dwadas-rituals-in-srimandira

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ଇନଟାକ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦିଆଯାଇଛି। ମାମଲା ଓଡ଼ିଶା ଉଚ୍ଚ ନ୍ୟାୟଳୟରେ ବିଚାରାଧୀନ ଥିବାରୁ କାମ ସ୍ଥଗିତ ରହୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଇନଟାକର ଓଡ଼ିଶା ଆବାହକ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଅମୀୟଭୂଷଣ ତ୍ରିପାଠୀ। ସେ ଏହି ଚିଠିରେ ଲେଖିଛନ୍ତି ଯେ ଏଏସଆଇର ଅନୁମତି ନିଆ ନଯାଇ ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳର ଶହେ ଫୁଟ୍ ଦୂରତା ଭିତରେ ନିର୍ମାଣ କାର୍ଯ୍ୟ ହେଉଛି। ଏହାକୁ ନେଇ ରାଜନୈତିକ ବାଦପ୍ରତିବାଦ ଲାଗି ରହିଛି। ଏହାକୁ ନେଇ ଜଗନ୍ନାଥଙ୍କ ଭକ୍ତମାନେ ଦ୍ବନ୍ଦ୍ବରେ ଅଛନ୍ତି।

ଏନେଇ ଏକ ଜନସ୍ବାର୍ଥ ମାମଲା ଓଡ଼ିଶା ଉଚ୍ଚ ନ୍ୟାୟଳୟରେ ବିଚାରାଧୀନ ଥିବାରୁ କାମ ସ୍ଥଗିତ ରହିବା ଉଚିତ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଇନଟାକ୍ ଓଡ଼ିଶା ଚାପ୍ଟର୍ ଆବାହକ ଅମିୟଭୂଷଣ ତ୍ରିପାଠୀ। ସେ ଚିଠିରେ ଦର୍ଶାଇଛନ୍ତି, ଶ୍ରୀମନ୍ଦିର ୧୦୦ ମିଟର ପରିଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ହେଲେ ମେଘନାଦ ପଚେରୀ ଉପରେ ପ୍ରଭାବ ପଡ଼ିବ। ମେଘନାଦ ପାଚେରୀକୁ ଲାଗିକି ଖନନ ହେଉଥିବାରୁ ଏହାର ପ୍ରଭାବ ରହିବ ବୋଲି ଏଏସଆଇ ଇମ୍ପାକ୍ଟ ରିପୋର୍ଟରେ କହିଛି। ପ୍ରକଳ୍ପ ଆରମ୍ଭରୁ ଆମସର ଆକ୍ଟ ଯାହା ଉଲଂଘନ ହୋଇଛି । ଏ ଏସଆଇ ମଧ୍ୟ କିଛି କହିଲେନି।

ତାହାର ଫାଇଦା ରାଜ୍ୟ ସରକାର ନେଲେ। ଗଜପତି ମହାରାଜ ବି ସମର୍ଥନ କଲେ। ଏହାପରେ ପୁରୀ କାର୍ଯ୍ୟ ଆରମ୍ଭ ହୋଇଛି। ଏହାକୁ ବର୍ତ୍ତମାନ ବନ୍ଦ କରାଯାଇ ପାରିବ ନାହିଁ। ପରିକ୍ରମା ପ୍ରକଳ୍ପରେ ୧୦୦ ମିଟର ମଧ୍ୟରେ ଶୌଚାଳୟ କରି ପାରିବେ ବୋଲି ଏ ଏସ ଆଇ ଡିଜି କହିଛନ୍ତି। କିନ୍ତୁ ରିସେପସନ ସେଣ୍ଟର ଓ ଅନ୍ୟ ସୁବିଧା ପାଇ କଂଷ୍ଟ୍ରକ୍ସନ କରି ପାରିବେନି। ଏହା ଶ୍ରୀମନ୍ଦିର ପ୍ରତି ବିପଦ। ୧୦୦ ମିଟର ନିଷିଦ୍ଧାଞ୍ଚଳର ଓ ୨୦୦ ମିଟର ପ୍ରୋଟେକଟେଡ ଅଂଚଳ। ସରକାର ଏଏସଆଇ ସହ କଥା ହୋଇ ଡିଜିଙ୍କ ଅନୁମତି ନେଇ କରିପାରିବେ।

୯ ତାରିଖରେ ହାଇକୋର୍ଟ ଏଏସଆଇକୁ ଆଉ ଏକ ରିପୋର୍ଟ ମାଗିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛି ଏ ଏସ ଆଇ ପରବର୍ତ୍ତୀ ରିପୋର୍ଟ ଦେବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖାଯାଉ। କାରଣ ଏ ଏସ ଆଇ ୧୦୦ ମିଟର ପରିସର ମଧ୍ୟରେ କେବକ ଶୌଚାଳୟ ପାଇଁ ଅନୁମତି ଦେବ। ଏଭଳି ସ୍ଥିତିରେ ଜଗନ୍ନାଥ ଏବେ ବିବାଦକୁ ଆସିଥିବାରୁ ରାଜ୍ୟବାସୀ ଚିନ୍ତିତ ଅଛନ୍ତି । ଜଣେ ଐତିହ୍ୟ ପ୍ରେମୀ ଭାବେ ହାଇକୋର୍ଟ ନିର୍ଦେଶ ଆସିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିର୍ମାଣ ବନ୍ଦ ରଖନ୍ତୁ ବୋଲି ଅପିଲ କରିଛି।

Also Read  କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ବଡ ଝଟକା; ରୋଡ୍‌ ରେଜ୍‌ ମାମଲାରେ ସିଦ୍ଧୁଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ

ଆମସର ଆକ୍ଟ ପରିସର ମଧ୍ୟରେ ଯାହା କରିବା କଥା କରନ୍ତୁ। ୧୦୦ ମିଟର ଭିତରେ ଯାହା ହେଉଛି ଏ ଏସ ଆଇ ବିରୋଧ କରୁଛି। ଯାହା ମନ୍ଦିର ପ୍ରତି ବିପଦ ଆଣିପାରେ। ହାଇକୋର୍ଟ ଷ୍ଟେ ଅର୍ଡର ଦେଇ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ଙ୍କୁ ମୁଁ ଅପିଲ କରିଛି। ଗଜପତି ମହାରାଜା ମୂଳରୁ ମନା କରିଥିଲେ ଆଜି ଏପରି ହୋଇ ନଥାନ୍ତା। ଗଜପତି କିପରି ରାଜି ହେଲେ ତାହା ଆଶ୍ଚର୍ଯ୍ୟ କରୁଛି ବୋଲି କହିଛନ୍ତି ଇନଟାକ୍ ଓଡ଼ିଶା ଚାପ୍ଟର୍ ଆବାହକ ଅମିୟଭୂଷଣ ତ୍ରିପାଠୀ।