ଶ୍ରୀମନ୍ଦିର ରୋଷ ଘରେ ଦୁର୍ବୃତ୍ତ ଭାଙ୍ଗିଲେ ୪୦ ଚୁଲା

0
633
Ratna Bhandara Issue: Orissa HC Issues Notice To Four Persons
Ratna Bhandara Issue: Orissa HC Issues Notice To Four Persons

ପୁରୀ : ପୁରୀ ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଛି । ମହାପ୍ରଭୁଙ୍କ ରୋଷଘରେ ଦୁର୍ବୃତ୍ତ ଘଟାଇଛନ୍ତି ହିଂସା କାଣ୍ଡ । ରୋଷଘରର ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ ନେଇ ଏପରି କାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଘଟଣାର ଛାନବିନ୍ ପରେ ଦୋଷୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର ପ୍ରଶାସନଙ୍କ ପକ୍ଷରୁ କୁହାଯାଇଛି ।

କିଛିଦିନ ହେଲା ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଏକପ୍ରକାର ବିବାଦ ଦେଖିବାକୁ ମିଳିଛି । ଉକ୍ତ ପ୍ରକଳ୍ପ ନେଇ ଉଠିଥିବା ବିବାଦର ଅନୁଧ୍ୟାନ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷାତାରେ ୮ ଜଣିଆ ଟିମ୍ ଗଠନ କରାଯାଇଥିଲା । ଶ୍ରୀମନ୍ଦିରର ବିକାଶ ନାଁରେ ଯଦି କୌଣସି କ୍ଷତି ହୁଏ, ତେବେ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ବିଧାନସଭାରେ ବିରୋଧୀ କହିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଥିବା ବେଳେ ଶ୍ରୀମନ୍ଦିରର ରୋଷଘର ଚୁଲି ଭାଙ୍ଗିବା ଆଉ ଏକ ସମସ୍ୟା ସୃଷ୍ଟି କରିଛି ।

Also Read  ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କୁ ହତ୍ୟା ଅଭିଯୋଗ, ହୋଟେଲ ରୁମ୍‌ ବାହାରେ ପଡିଛି ରକ୍ତଛିଟା

LEAVE A REPLY

Please enter your comment!
Please enter your name here