ଶ୍ରୀଲଙ୍କାରେ ହାହାକାର : ପେଟ୍ରୋଲ ଦର ୨୫୪, ଡିଜେଲ ଦର ୧୭୬

0
775

ନୂଆଦିଲ୍ଲୀ: ଅଭାବୀ ଭିତରେ ସୁନାର ଲଙ୍କା । ସୁନାର ଲଙ୍କା କୁହାଯାଉଥିବା ଶ୍ରୀଲଙ୍କାରେ ବର୍ତ୍ତମାନ ଅର୍ଥନୈତିକ ସଂକଟ ଦେଖାଦେଇଛି । ଶ୍ରୀଲଙ୍କାରେ ଅର୍ଥନୈତିକ ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇପଡ଼ିଛି । ଶ୍ରୀଲଙ୍କର ଜନସଂଖ୍ୟା ୨.୨ କୋଟି ହୋଇଥିବା ବେଳେ ବଜାରରେ ବିଭିନ୍ନ ନିତ୍ୟ ଆବଶ୍ୟକ ସାମଗ୍ରୀର ଦାମ୍ ହୁହୁ ହୋଇ ବଢ଼ିଚାଲିଛି । ଯାହା ଫଳରେ ଶ୍ରୀଲଙ୍କାର ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ଶ୍ରୀଲଙ୍କାର ଅର୍ଥନୈତିକ ସ୍ଥିତିରେ କିଛି ଅସୁବିଧା ଦେଖା ଦେଇଥିଲା । ଯାହା ଏବେ ବଡ଼ ଧରଣରୁ ବିପଦକୁ ଟାଣି ଆଣିଛି । ବଜାରର ଦାମ୍ ଅଣାୟତ୍ତ ହୋଇପଡ଼ିଛି । କ୍ଷୀର, ପାଉଁରୁଟି, ଚିନି, ଚାଉଳ ଭଳି ଦୈନନ୍ଦିନ ଜିନିଷର ମୂଲ୍ୟ ଆକାଶ ଛୁଆଁ ହୋଇଛି ।

Also Read  ୟୁକ୍ରେନ ରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହମନ୍ତ୍ରୀ ଙ୍କ ସହ କଥା ହେଲେ