ଶ୍ରୀଲଙ୍କାର ଶଙ୍କଟ ବେଳେ ଭାରତର ସାହାଯ୍ୟ : ୪୦ ହଜାର ଟନ ଡିଜେଲ ନେଇ ଶ୍ରୀଲଙ୍କାରେ ପହଞ୍ଚିଲା ଜାହାଜ

0
360

ନୂଆଦିଲ୍ଲୀ : ଆର୍ଥିକ ସଙ୍କଟର ସାମ୍ନା କରୁଥିବା ଶ୍ରୀଲଙ୍କାକୁ ସାହଯ୍ୟର ହାତ ବଢ଼ାଇବା ପାଇଁ ଆଗେଇ ଯାଇଛି ଭାରତ। ଶନିବାର ଦିନ ଭାରତ ପକ୍ଷରୁ ୪୦ ହଜାର ଟନ୍‌ ଡିଜେଲ ଶ୍ରୀଲଙ୍କା ପଠାଯାଇଛି। ସିଲୋନ ପେଟ୍ରୋଲିୟମ କର୍ପୋରେସନ୍‌ର ଅଧ୍ୟକ୍ଷ ସୁମିତ ବେଜେସିନେ୍ଧ କହିଛନ୍ତି, ଇନ୍ଧନର ବିତରଣ ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଯିବ। ସେ କହିଛନ୍ତି ଯେ, ଶ୍ରୀଲଙ୍କାର ଶତାଧିକ ପେଟ୍ରୋଲ ପମ୍ପ ଗୁଡ଼ିକ ପାଇଁ ଏହା ଏକ ଶୁଭ ସମାଚାର । ଗତ କିଛିଦିନ ହେବ ଶ୍ରୀଲଙ୍କରାକୁ ଇନ୍ଧନ ରପ୍ତାନୀ ବନ୍ଦ ହୋଇଯାଇଥିଲା।

ସୂଚନା ମୂତାବକ, ୪୦ ହଜାର ଟନ୍‌ ପରିମାଣର ଚାଉଳ ମଧ୍ୟ ଭାରତରୁ ଶ୍ରୀଲଙ୍କାକୁ ପଠାଇବା ପାଇଁ ପ୍ରସ୍ତୁତ କରଯାଉଛି। ଗଲା ମାସରେ ଦୁଇଦେଶ ମଧ୍ୟରେ ଏକ ବିଲିୟନ ଡଲାରର ଋଣକୁ ନେଇ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଏହା ପରେ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ଏହା ସବୁଠାରୁ ବଡ଼ ଖାଉଟି ସହାୟତା ଅଟେ। କୁହାଯାଉଛି ଯେ, ଏହି ସହଯୋଗରେ ଶ୍ରୀଲଙ୍କାରେ ସରକାର ଖାଦ୍ୟ ସାମଗ୍ରୀରେ ଦର କମ କରିବାରେ କିଛିମାତ୍ରାରେ ସଫଳ ହେବେ। ସୂଚନା ଥାଉକି, ଆର୍ଥିକ ସଙ୍କଟ ହେତୁ ଶ୍ରୀଲଙ୍କାରେ ଖାଦ୍ର ସାମଗ୍ରୀର ଦର ଦୁଇଗୁଣ ହୋଇଯାଇଥିଲା।

ପଟ୍ଟାଭି ଆଗ୍ରୋ ଫୁଡସର ପ୍ରବନ୍ଧ ନିର୍ଦ୍ଦେଶକ ବି.ବି.କୃଷ୍ଣ ରାଓ କହିଛନ୍ତି ଯେ, ଆମେ ପ୍ରଥମେ କଣ୍ଟେନର୍ସରେ ଲୋଡ କରୁଛୂୁ। ଜାହାଜରେ ଲୋଡିଂ ପ୍ରକ୍ରିୟା କିଛି ଦିନ ମଧ୍ୟରେ ଆରମ୍ଭ ହୋଇଯିବ। ଭାରତ ଓ ଶ୍ରୀଲଙ୍କା ସରକାରଙ୍କ ମଧ୍ୟରେ ହୋଇଥିବା ଏକ ଋଣଭିତ୍ତିକ ଚୁକ୍ତିନାମା ସ୍ୱରୁପ ଭାରତ ଶ୍ରୀଲଙ୍କାର ଷ୍ଟେଟ୍‌ ଟ୍ରେଡିଂ କୋର୍ପକୁ ଚାଉଳ ଯୋଗାଣ କରିବାକୁ ଯାଉଛି। ସୂଚନା ଥାଉକି, ୨୦୨୦ ପର ଠାରୁ ଶ୍ରୀଲଙ୍କା ବହୁତ ଆର୍ଥିକ ସଙ୍କଟକୁ ନେଇ ଯୁଝି ହେଉଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମ୍‌ୂଖିନ ହେଉଛନ୍ତି। ଏହାରି ଭିତରେ ଶ୍ରୀଲଙ୍କା ଋଣ ବୋଝ ମୁଣ୍ଡେଇଥିବା କୁହାଯାଉଛି। ତେବେ ଏହି ପରିପ୍ରେକ୍ଷିରେ ଶ୍ରୀଲଙ୍କାକୁ ଭାରତ ଆଜି ସାହାଯ୍ୟ ଯୋଗାଇବାକୁ ଯାଉଛି।

Also Read  କରୋନା ସଂକ୍ରମଣରେ ଲାଗୁନି ବ୍ରେକ; ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ ନୂଆ ଆକ୍ରାନ୍ତ

LEAVE A REPLY

Please enter your comment!
Please enter your name here