ଶ୍ରୀଲଙ୍କା ଅବସ୍ଥା ସାଙ୍ଘାତିକ: ରାଷ୍ଟ୍ରପତି କିନ୍ତୁ ପତ୍ନୀଙ୍କ ସହ ମାଳଦ୍ଵୀପ ରେ

0
310
ଶ୍ରୀଲଙ୍କା ଅବସ୍ଥା ସାଙ୍ଘାତିକ: ରାଷ୍ଟ୍ରପତି କିନ୍ତୁ ପତ୍ନୀଙ୍କ ସହ ମାଳଦ୍ଵୀପ ରେ
ଶ୍ରୀଲଙ୍କା ଅବସ୍ଥା ସାଙ୍ଘାତିକ: ରାଷ୍ଟ୍ରପତି କିନ୍ତୁ ପତ୍ନୀଙ୍କ ସହ ମାଳଦ୍ଵୀପ ରେ

ଜୁଲାଇ ୧୪
ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏକ ଘରୋଇ ବିମାନ ରେ ମାଲଦ୍ୱୀପର ରାଜଧାନୀ ମାଲେ ରେ ପହଂଚିଛନ୍ତି I
ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ସେଠାରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିବାକୁ ଯାଉଛନ୍ତି ବୋଲି ଡେଲି ମିରର ର ଏକ ରିପୋର୍ଟ ରେ ପ୍ରକାଶ ପାଇଛି I ଏହି ରିପୋର୍ଟ ଅନୁସାରେ, ରାଜପକ୍ଷେ, ତାଙ୍କ ପତ୍ନୀ ଲୋମା ରାଜପକ୍ଷେ ଏବଂ ଦୁଇଜଣ ସୁରକ୍ଷା ଅଧିକାରୀ ଗତକାଲି ରାତିରେ ସିଙ୍ଗାପୁର ଏୟାରଲାଇନ୍ସରେ ସିଙ୍ଗାପୁର ଚାଲିଯିବାକୁ ଯୋଜନା କରିଥିଲେ I କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଯାଇପରି ନ ଥିଲେ I ଏହା ପରେ ରାଜପକ୍ଷେ ମାଲଦ୍ୱୀପ ଛାଡିବା ପାଇଁ ଏକ ଘରୋଇ ବିମାନ ପାଇଁ ଅନୁରୋଧ କରିଥିଲେ ଏବଂ ବିଳମ୍ବିତ ରାତିରେ ମାଲଦ୍ୱୀପ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏ ନେଇ ଆଲୋଚନା ହୋଇଥିଲା। ଡେଲି ମିରର ସୂତ୍ରରୁ ପ୍ରକାଶ, ଏହି ବିମାନଟି ଅଳ୍ପସମୟ ମଧ୍ୟରେ ମାଳଦ୍ଵୀପ ଛାଡିବ I ଆଜି ସିଙ୍ଗାପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତି ତାଙ୍କ ଇସ୍ତଫା ଘୋଷଣା କରିବେ ବୋଲି ଆଶା କରାଯାଉଛି। ଜୁଲାଇ ୧୪

Also Read  Sri Lanka PM Mahinda Rajapaksa resigns

LEAVE A REPLY

Please enter your comment!
Please enter your name here